ନଦୀରେ ଖସିଲା କାର, ବୁଡ଼ିଗଲେ ମରାଠୀ ଅଭିନେତ୍ରୀ

ପୁନେ: ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେଙ୍କର କାର ଅନିୟନ୍ତ୍ରିତ ହୋଇ ପୁନେରେ ରାସ୍ତା କଡ଼ରେ ଥିବା ଏକ ନଦୀରେ ବୁଡ଼ି ଯିବାରୁ ତାଙ୍କର ମୃତୁ୍ୟ ହୋଇଛି । କାରରେ ୨୫ ବର୍ଷୀୟା ଈଶ୍ୱରୀ ଏବଂ ତାଙ୍କର ପୁରୁଷ ବନ୍ଧୁ ଶୁଭମ ଥିଲେ । ଦୁର୍ଘଟଣାରେ ଶୁଭମଙ୍କର ମଧ୍ୟ ମୃତୁ୍ୟ ହୋଇଛି । ଗାଡ଼ି ତୀବ୍ର ଗତିରେ ଥିବା କାରଣରୁ ଅନିୟନ୍ତ୍ରିତ ହୋଇ ପାଣିରେ ଖସି ପଡ଼ିଥିଲା । ଗାଡ଼ି କିଏ ଚଲାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଟି ସେଣ୍ଟ୍ରାଲ ଲକ ଥିବା କାରଣରୁ ଡୋର ଖୋଲି ସେମାନେ ବାହାରକୁ ବାହାରି ପାରିନଥିଲେ । ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମଙ୍ଗଳବାର ସକାଳୁ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି ।
Powered by Froala Editor