ଡିଆରଡିଓ ତଥ୍ୟ ଲିକ ମାମଲା, ଅଭିଯୁକ୍ତଙ୍କୁ ଦେଉଥିଲେ ବିବାହ କରିବାର ପ୍ରଲୋଭନ
ନବରଙ୍ଗପୁର: ଡିଆରଡିଓ ଗୁପ୍ତ ତଥ୍ୟ ଲିକ ମାମଲାରେ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗିରଫ ଅଭିଯୁକ୍ତଙ୍କୁ ପଚରାଚଉରା କରିବା ପାଇଁ ରିମାଣ୍ଡରେ ନେଇଥିବାବେଳେ ସେମାନଙ୍କ ଠାରୁ ସାଂଘାତିକ ତଥ୍ୟ ମିଳୁଛି । ରିମାଣ୍ଡରେ ଆଣି ନୂଆ ନୂଆ ତଥ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ । ହନିଟ୍ରାପ ମାଧ୍ୟମରେ ଡିଆରଡିଓ ଗୁପ୍ତ ତଥ୍ୟ ଲିକ ହୋଇଥିବାବେଳେ ଏବେ ରହସ୍ୟମୟୀ ମହିଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏହି ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ସମ୍ପୃକ୍ତ ମହିଳା ଜଣକ କଥା ହେଉଥିବା ଜଣାପଡ଼ିଛି ।
ସବୁଠୁ ବଡ଼ କଥା ହେଲା ଯେ, ସମ୍ପୃକ୍ତ ମହିଳା ଜଣକ କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲା ବେଳେ କାହାକୁ ରାଜସ୍ଥାନରେ ରହୁଥିବା କହୁଥିଲେ । ଏପରିକି କାହାକୁ ଡିଫେନ୍ସ ଷ୍ଟାଫ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲେ । ଭିନ୍ନ ଭିନ୍ନ ପରିଚୟ ଦେଇ ୨୨୦ ଫେବୃଆରୀରୁ ସମ୍ପର୍କ ରଖୁଥିଲେ । ଭିଡିଓ କଲ, ଫେସବୁକ କଲ ଓ ମେସେଜ ଓ ମେସେଞ୍ଜର କଲ କରୁଥିଲେ । ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ ସମ୍ପୃକ୍ତ ରହସ୍ୟମୟୀ ମହିଳା କଥା ହେଉଥିଲେ । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ମଧ୍ୟ ଦେଇଥିଲେ । ଯେଉଁଥି ପାଇଁ କିଛି ଅଭିଯୁକ୍ତଙ୍କ ମନରେ ଶାଦୀ କା ଲଡ୍ଡୁ ଫୁଟିଥିଲା ।
Powered by Froala Editor