ନଦୀରେ ଭାସି ଯାଇଥିବା ଚରଣ ବେହେରାଙ୍କ ମୃତ ଦେହ ଉଦ୍ଧାର
ତିନିଦିନ ପରେ ମିଳିଲା ଚରଣ ବେହେରାଙ୍କ ମୃତ ଦେହ । ୪୮ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର । ମାଣିକପୁର ନିକଟ ନଦୀରେ ଗାଧୋଇବାକୁ ଯାଇ ଭାସିଯାଇଥିଲେ ଚରଣ ବେହେରା । ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ସୋମବାର ସକାଳ ୭ଟାରୁ ନିଖୋଜ ଥିଲେ ଚରଣ ବେହେରା । ୪୮ ଘଣ୍ଟା ଧରି ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ପରେ ଆଜି ଚରଣଙ୍କ ମୃତ ଦେହ ମିଳିଛି । ଏଭଳି ଏକ ଦୁଃଖଦ ଖବରରେ ପରିବାର ଓ ଚରଣଙ୍କ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor