ଟିକା ନେଇ ମହିଳା ମୃତ

ନବରଙ୍ଗପୁର: ଟିକା ନେଇ ମହିଳାଙ୍କ ମୃତୁ୍ୟ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମାଲବେଡା ଗ୍ରାମରେ । କରୋନା ଟିକାର ପ୍ରଥମ ଡୋଜ ଟିକା ନେବା ପରେ ମହଳାଙ୍କ ମୃତୁ୍ୟ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।ମାଲବେଡା ଗ୍ରାମର ୫୦ ବର୍ଷୀୟ ମହିଳା ସୁକୁରି ଭାତରା କରୋନାର ପ୍ରଥମ ଡୋଜ ଟିକା ନେବାକୁ ନିକଟସ୍ଥ ରାଜପୁର ଗ୍ରାମକୁ ଯାଇଥିଲେ । ସେଠାରେ ଟିକା ନେବାପରେ ଅଧଘଣ୍ଟା ବିଶ୍ରାମ ନେଇ ଘରକୁ ଫେରିଥିଲେ । ଫେରିବା ସମୟରେ ସେ ଅଧାବାଟରେ ଟିକାର ପ୍ରମାଣପତ୍ର କାଢିବାକୁ ସିଂସାରୀ ଗାଁ’ରେ ସୁକୁରି ଅଟକି ଥିବା ବେଳେ ହଠାଥ୍ ବେହୋସ ହୋଇଯାଇଥିଲେ । ତେବେ ସିଂସାରୀ ଗ୍ରାମର କିଛି ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ମୃତ ଦେହକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଯାଇଛି । କେଉଁଥିପାଇଁ ମୃତୁ୍ୟ ହୋଇଛି, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡ. ଅଭୟ କୁମାର ଦେ କହିଛନ୍ତି । ଅନ୍ୟପଟେ ପରିବାର ଲୋକେ, କରୋନା ଟିକା ନେଇ ତାଙ୍କ ମୃତୁ୍ୟ ଘଟିଛି ବୋଲି ଅଭିଯୋଗ କରିଛନ୍ତି ।
Powered by Froala Editor