ଭାଦୁରିଆଙ୍କ ପରେ ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ସାଲ ଭି.ଆର.ଚୌଧୁରୀ

ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ କେନ୍ଦ୍ର ସରକାର ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ବ ଗ୍ରହଣ କରିବେ । ଏବେ ସେ ବାୟୁ ସେନାରେ ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନିଯୁକ୍ତି ବିଷୟରେ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ଭି.ଆର. ଚୌଧୁରୀ ନାମ ରହିଛି। ୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାର କ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀଙ୍କ ରେକର୍ଡ଼ ରହିଛି। ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜ ୱେଲିଙ୍ଗଟନ୍ର ସେ ହେଉଛନ୍ତି ପୁରାତନ ଛାତ୍ର। ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ ଏୟାର ଅଫିସର ଭାବେ ଦାୟିତ୍ୱ ତୁଲାଇଛନ୍ତି।
Powered by Froala Editor