କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଏସଡିଓଙ୍କ ଘରେ ଭିଜିଲାନସ୍ ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକ୍ ବିଭାଗ ଏମଆରଟି ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ ହୋଇଛି। ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନସ୍ । କେନ୍ଦୁଝର ସହର କାଶୀପୁର ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୂଳି ସ୍ଥିତ ଶ୍ୱଶୂର ଘର, ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣା ପୈତୃକ ବାସଭବନ ଏବଂ ସେଠାରେ ଥିବା ଭାଇଙ୍କ ଘର ଏବଂ କେନ୍ଦୁଝର କାର୍ଯ୍ୟାଳୟରେରେ ଏହି ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଢ଼ାଉରେ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଡିଭିଜନ ଭିଜିଲାନ୍ସ ଟିମର ଜଣେ ଏଏସପି, ଦୁଇ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ୪ଟି ପ୍ଲଟ, ୨ଟି ଦୁଇ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ଠାବ ହୋଇଛି । ୨୪.୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୨୪ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ୩ ଲକ୍ଷର ସୁନା ଗହଣା ଓ ତିନୋଟି ମୋଟର ସାଇକଲ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଚଢ଼ଉରେ ମୋଟ ୨ କୋଟି ୫୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସମୟରେ ଭିଜିଲାନ୍ସ ଟିମ୍ ତନାଘନା ଚଳାଇଛି ।
Powered by Froala Editor