ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ
ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ-ଫୁଲବାଣୀ ରାସ୍ତାର ହରଭଙ୍ଗା ତହସିଲଦାରଙ୍କ ଆବାସିକ ଘର ସମ୍ମୁଖରୁ ପୁରୁଣାକଟକ ପୁଲିସ ସଦଳବଳେ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି। ଏହି ଘଟଣାରେ ବିରଂଚି ନାରାୟଣ ମଲ୍ଲିକ (୩୩)ଙ୍କୁ ଗିରଫ କରିଥିବା ବେଳେ ଚାଳକ ଜଣଙ୍କ ଖସି ପଳାଇବାକୁ ସକ୍ଷମ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସକାଳେ ପଡୋଶୀ କନ୍ଧମାଳ ଜିଲ୍ଲାରୁ ଏକ କାର ଯୋଗେ ବୌଦ୍ଧ ପଟକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସର୍ମ୍ପକରେ ପୁଲିସ ଏକ ସୂତ୍ରରୁ ଖବର ପାଇଥିଲା। ଖବରପାଇ ବୌଦ୍ଧ ଏସ.ଡି.ପି.ଓ ଆନନ୍ଦ ଗୁରୁଙ୍କ ନେତୃତ୍ୱରେ ବୌଦ୍ଧ ସଦର ଥାନା ଆଇ.ଆଈ.ସି ତପସ୍ୱିନୀ କହଁର ମିଳିତରେ ଏକ ଟିମ ଫୁଲବାଣି ରାସ୍ତାର ଗେଟାମୁଣ୍ଡା ପୋଲରୁ ଗାଡିକୁ ପିଛା କରିବା ସହିତ ତହିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ପୁଲିସ ଗାଡିକୁ କାବୁ କରିଥିଲା। ହେଲେ କାର ଚାଳକ ନିକଟସ୍ଥ ଜଙ୍ଗଲକୁ ଫେରାର ମାରିଥିଲା। ଗାଡିରୁ ୨୧କେ.ଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଜଗତସିଂହପୁର ଅଂଚଳର ବିରଂଚି ନାରାୟଣ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି। ଏ ନେଇ ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୁରୁଣାକଟକ ଆଈ.ଆଇ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।
Powered by Froala Editor