ବାଘ ଛାଲ ଡିଲ୍ : ଇଂଜିନିୟର ଛାତ୍ର ସମେତ ୨ ଗିରଫ

ବାରିପଦା ଦିବ୍ୟା ହୋଟେଲର ଏକ ରୁମରେ ବାଘଛାଲ ବ୍ୟବସାୟ ଡିଲ୍ ସମୟରେ ମାଡି ବସିଛି କ୍ରାଇମବ୍ରାଞ୍ଚ ଓ ବନ ବିଭାଗ । ଏହି ମାମଲାରେ ଧରାପଡିଛନ୍ତି ଦୁଇ ଅଭିଯୁକ୍ତ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଡୁକୁରା ଖାନୁଆ ଅଂଚଳର ବିକାଶ ବେଣ୍ଟକାର ଓ ବିକାଶ ବିନୟ ସିଂ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡିଛି । ଅଧିକ ତଥ୍ୟ ପାଇଁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ଅଭିଯୁକ୍ତମାନେ କେଉଁଠୁ ଓ କେଉଁ ସ୍ଥିତିରେ ବାଘ ଛାଲ ଆଣି ଡିଲ୍ କରୁଥିଲେ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ।
ଖବର ପାଇ ଆଜି ଅପରାହ୍ନରେ ହୋଟେଲରେ ବାରିପଦା ରେଂଜ ଅଧିକାରୀ ଓ ଅନ୍ୟ କର୍ମଚାରୀ ଚଢାଉ କରିଥିଲେ । ଚଢାଉରେ ବାଘଛାଲ ଜବତ ହେବା ସହ ଜଣେ କ୍ରେତା ଓ ଜଣେ ବିକ୍ରେତାକୁ ଗିରଫ କରିଥିଲେ ।
Powered by Froala Editor