ଏଣିକି ଏଭଳି ପରିଚାଳିତ ହେବ ହଷ୍ଟେଲ

ଭୁବନେଶ୍ୱର: ହଷ୍ଟେଲ୍ ସୁପରିଚାଳନା ପାଇଁ ଆଉଟସୋର୍ସିଂ ମୋଡ୍ରେ ନିଯୁକ୍ତି ଦିଆଯିବ । ରାଜ୍ୟ ଅର୍ଥ ବିଭାଗ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ବିଭାଗ ନେଇଛି ଏଭଳି ପଦକ୍ଷେପ । କିଭଳି ହଷ୍ଟେଲ ପରିଚାଳନା ହେବ ସେ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଏକ ନିୟମାବଳୀ ଜାରି କରିଛନ୍ତି । ସେହି ଅନୁସାରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖାଯାଇଛି ।
ଆଉଟସୋର୍ସିଂ ମୋଡ୍ରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଗୋଟିଏ କିମ୍ବା ସମସ୍ତ ହଷ୍ଟେଲର ଦାୟିତ୍ୱ ନେଇପାରିବ । ସେ କେବଳ ରୋଷେୟା, ସହାୟକ ରୋଷେୟା, ସିକ୍ୟୁରିଟି ଗାର୍ଡ ଓ ହାଉସ୍ କିପିଂ ଆଦି ପଦବିରେ ଆଉଟସୋର୍ସିଂ ମୋଡ୍ରେ ନିଯୁକ୍ତି ଦେବ । ତେବେ କେତେ ସଂଖ୍ୟାରେ କର୍ମଚାରୀ ରହିବେ ତାହା ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ । ଛାତ୍ରାବାସର କେୟାର ଟେକର୍ ଓ ଛାତ୍ରୀନିବାସର ମାଟ୍ରନ୍ ପଦବିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ କର୍ମଚାରୀଙ୍କୁ ନିଯୁକ୍ତି ଦେବେ । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଏହି ପଦକ୍ଷେପ କାର୍ୟ୍ୟକାରୀ କରାଯିବ ।
Powered by Froala Editor