କରୋନା କଟକଣାକୁ ଫୁ, ଆଉ ଦୁଇଟି ବାର ସିଲ
ଭୁବନେଶ୍ୱର: ନିୟମ ଉଲଙ୍ଘନ କରି ଆଉ ଦୁଇଟି ବାର ସିଲ । ରାଜଧାନୀର ଗଜପତି ନଗର ସ୍ଥିତ ମୁଡି ବ୍ଲୁସ୍ ଏବଂ ସ୍ମଗ ରେଷ୍ଟ୍ରୋ କେଫ୍ ବାରକୁ ସିଲ କଲା ବିଏମସିର ଏନଫୋର୍ସମେଣ୍ଟ ଟିମ । କରୋନା କଟକଣାକୁ ଫୁ କରି ଭିଡ ଜମିଥିବା ବେଳେ ବିଏମସି ପକ୍ଷରୁ ଏହି ଦୁଇଟି ବାରକୁ ସିଲ କରାଯାଇଥିବା ଜଣାପଡିଛି।
ରବିବାର ରାତି ୧୦ଟା ୩୦ମିନିଟ ସମୟରେ ମୁଡି ବ୍ଲୁସ୍ ବାର ଉପରେ ବିଏମସି ଏନଫୋର୍ସ ଟିମ ଚଢାଉ କରିଥିବା ବେଳେ ବାରରେ ଭିଡ ପରିଲିକ୍ଷିତ ହୋଇଥିଲା। କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ବିଏମସି ଅଧିକାରୀ ଏହି ବାରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ଝୁଲାଇଛନ୍ତି । ସେହିପରି ସ୍ମଗ ରେଷ୍ଟ୍ରୋ କେଫକୁ ମଧ୍ୟ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ କରାଯାଇଥିବା ଜଣାପଡ଼ିଛି।
Powered by Froala Editor