ରୋଷେଇ ଘରେ ଲଗାନ୍ତୁ ଏହି ଫଟୋ, ଧନର କେବେ ବି ହେବନି ଅଭାବ

ଘରେ ରୋଷେଇ ଘରର ଗୁରୁତ୍ବ ଅନ୍ୟ ଘର ତୁଳନାରେ କିଛି କମ୍ ନୁହେଁ। ବାସ୍ତୁ ଶାସ୍ତ୍ରରେ ଆଜି ଜାଣନ୍ତୁ ରୋଷେଇ ଘର ଅର୍ଥାତ କିଚେନ୍ ରୁମ୍ରେ କିଭଳି କିଭଳି ଫଟୋ ଲଗାଇବେ। ଯାହାଫଳରେ ଏହାର ସୁନ୍ଦରତା ଓ ସୌଭାଗ୍ୟ ଉପରେ ଧ୍ୟାନ ରଖିବା ଖୁବ୍ ଜରୁରୀ। ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣାଙ୍କର ଏକ ଫଟୋ ନିହାତି ରହିବା ଦରକାର। ଏହା ସହିତ ଫଳ ଓ ପରିବା ଭର୍ତ୍ତି ଏକ ସୁନ୍ଦର ଫଟୋ ନିଜ ରୋଷେଇ ଘରେ ଲଗାଇ ପାରିବେ। ରୋଷେଇ ଘରେ ଏଭଳି ଫଟୋ ଲଗାଇବା ଫଳରେ ଘରେ ଧନ-ଧାନ୍ୟର କିଛି ବି ଅଭାବ ରହିନଥାଏ। ସବୁବେଳେ ଶସ୍ୟ ଭଣ୍ଡାର ଭରି ରହିଥାଏ। ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ।
ଏହା ବ୍ୟତୀତ ଯଦି ଆପଣଙ୍କ ରୋଷେଇ ଘର ବାସ୍ତୁ ଅନୁସାରେ, ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ ଦିଗରେ ନାହିଁ ତେବେ ସେଥିରେ ବାସ୍ତୁ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଥାଏ। ଏହାକୁ ଦୂର କରିବା ପାଇଁ ଉତ୍ତର-ପୂର୍ବ, ଅର୍ଥାତ ଐଶନ୍ୟ କୋଣରେ ସିନ୍ଦୁର ରଙ୍ଗର ଭଗବାନ ଗଣେଶଙ୍କ ଫଟୋ ଲଗାଇବା ଜରୁରୀ।
Powered by Froala Editor