ସିଲିଣ୍ଡରରେ କେତେ ଗ୍ୟାସ୍ ଅଛି ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ରୋଷେଇ କରୁଛନ୍ତି ଏବଂ ଅଚାନକ ଆପଣଙ୍କ ଗ୍ୟାସ୍ ସରିଯାଉଛି ତେବେ ଆପଣ କଣ କରିବେ ? ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଅଛି ତେବେ ଉତ୍ତର ଆମେ ଦେଉଛୁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ଜଣାଇବୁ ଯେଉଁଥିରେ ଆପଣ ସମୟ ପୂର୍ବରୁ ଜାଣିପାରିବେ ଯେ ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ୍ ବଳିଛି ।
କିଛି ଲୋକ ସିଲିଣ୍ଡରକୁ ଉଠାଇ ଓଜନ ଅନୁସାରେ ସେଥିରେ ଥିବା ଗ୍ୟାସ୍ ସମ୍ପର୍କରେ ଅନୁମାନ ଲଗାନ୍ତି । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ଫ୍ଲେମର ରଙ୍ଗ ନୀଳ ବା ହଳଦିଆ ଦେଖି ଜାଣିଯାଆନ୍ତି ଯେ ସେଥିରେ କେତେ ଗ୍ୟାସ୍ ବଞ୍ଚିଛି । କିନ୍ତୁ ଏହା କେବଳ ଅନୁମାନ, ଯାହା ଫଳରେ ସଠିକ୍ ଉତ୍ତର ପାଇବା କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବତାଇବୁ ଯାହା ଫଳରେ ଆପଣ ସଠିକ୍ ରେଜଲ୍ଟ ଜାଣିପାରିବେ ।
ଆପଣ ଏକ ଓଦା କପଡା ସାହାଯ୍ୟରେ ସିଲିଣ୍ଡରରେ କେତେ ଗ୍ୟାସ୍ ଅଛି ଜାଣିପାରିବେ । ପ୍ରଥମେ ଆପଣଙ୍କୁ ଏକ ଓଦା କପଡା ଗ୍ୟାସ୍ ସିଲିଣ୍ଡରରେ ଗୁଡାଇବାକୁ ପଡିବ ଏବଂ ପ୍ରାୟ ୧ ମିନିଟ୍ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ହେବ । ୧ ମିନିଟ୍ ପରେ କପଡା ହଟାଇ ଦିଅନ୍ତୁ ଏବଂ କିଛି ସମୟ ପର୍ୟ୍ୟନ୍ତ ସିଲିଣ୍ଡରରେ ହେଉଥିବା ପରିବର୍ତ୍ତନକୁ ନୋଟିସ୍ କରନ୍ତୁ । ଆପଣଙ୍କୁ ଦେଖାଯିବ ଯେ ସିଲିଣ୍ଡରର କିଛି ଅଂଶ ଶୁଖିଯାଇଛି ଏବଂ କିଛି ଅଂଶ ଓଦା ଅଛି । ଏମିତି ହେବାର କାରଣ ସିଲିଣ୍ଡରର ଖାଲି ଅଂଶ ଗରମ ରହିଥାଏ ଏବଂ ପାଣି ଶୋଷିଦିଏ । ଯଦିଓ ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ୍ ଭରି ରହିଥାଏ ସେହି ସ୍ଥାନ ଥଣ୍ଡା ଥାଏ ଏବଂ ପାଣି ଶୁଖିବା ପାଇଁ ସମୟ ଲାଗିଥାଏ ।
Powered by Froala Editor