ମୁନ୍ଦ୍ରା ବନ୍ଦରରୁ ହେରୋଇନ ଜବତ, ୭ ଇରାନୀ ନାଗରିକ ଗିରଫ

ଗୁଜରାଟ ସମୂଦ୍ର କୂଳରେ ଭାରତୀୟ କୋଷ୍ଟ ଗାର୍ଡ ଓ ଗୁଜରାଟ ଏଟିଏସର ମିଳିତ ଅପରେଶନରେ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହି ଘଟଣାରେ ୭ ଇରାନୀ ନାଗରିକ ଗିରଫ ହୋଇଛନ୍ତି ।
ଗୁଜରାଟର କଚ୍ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ‘ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍’ (ଡିଆର୍ଆଇ) ତଲାସ ପାଇଁ କେତେକ ସାମଗ୍ରୀକୁ ଅଟକାଇ ଥିଲେ। ସେଗୁଡ଼ିକୁ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଲେ ଯେ, ‘ଟାଲ୍କମ୍ ପାଉଡର୍’ ନାଁରେ କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ ଆମଦାନି କରାଯାଉଛି। ସେଥିରୁ ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଥିବା କେତୋଟି କଣ୍ଟେନର୍ ଜବତ କରାଯାଇଛି । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ‘ଆଶି ଟ୍ରେଡିଙ୍ଗ୍ ଫାର୍ମ’ ଉକ୍ତ ‘କଣ୍ଟେନର୍’ଗୁଡ଼ିକୁ ଆଫଗାନିସ୍ତାନରୁ ମୁନ୍ଦ୍ରା ବନ୍ଦରକୁ ଆଣିଥିବା କୁହାଯାଉଛି। କିନ୍ତୁ, ଆମଦାନି କରାଯାଇଥିବା ସାମଗ୍ରୀ ‘ଟାଲ୍କମ୍ ପାଉଡର୍’ ବୋଲି ଉପରୋକ୍ତ ଫାର୍ମ ଘୋଷଣା କରିଥିଲା।
Powered by Froala Editor