ଶାଳୀ ପ୍ରେମରେ ଅନ୍ଧ : ୪ ଝିଅଙ୍କୁ ମାରି ପାଣି ଟାଙ୍କିରେ ଫିଙ୍ଗିଦେଲା ବାପା

ଶାଳୀ ପ୍ରେମରେ ଅନ୍ଧ ବାପା ୪ ଝିଅଙ୍କୁ ନିର୍ମମ ହତ୍ୟା କରିଛି । ମୃତ୍ୟୁ ହୋଇଥିବା ଚାରି ଝିଅଙ୍କ ନାମ ଜିଓ (୯), ନୋଜି (୭), ହିନା (୩) ଏବଂ ଲକ୍ଷ୍ମୀ(ଦେଢ଼ ବର୍ଷ ) । ସେମାନଙ୍କ ମା ଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ଏଭଳି ଦୁଃଖଦ ଘଟଣା ରାଜସ୍ଥାନ ବାଡମେରରେ ଘଟିଛି । ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି ପଚରାଉଚରା ଜାରି ରଖିଛି ।
ସୂଚନା ମୁତାବକ, ଅଭିଯୁକ୍ତ ପୁରଖା ରାମ ତାଙ୍କ ଶାଳୀଙ୍କୁ ବିବାହ କରିବାକୁ ଚାଁହୁଥିଲେ । ଶାଳୀଙ୍କୁ ବିବାହ କରିବାକୁ ସେ ଯୋଜନା କରିଥିବାବେଳେ ୪ ଝିଅ ବାଧକ ସାଜିଥିଲେ । ଏହି କାରଣରୁ ଅଭିଯୁକ୍ତ ପୁରଖା ରାମ ୪ ଝିଅଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ଏହା ପରେ ସେମାନଙ୍କୁ ଏକ ପାଣିଟାଙ୍କିରେ ଫିଙ୍ଗିଦେଇଥିଲେ । ହତ୍ୟା କରିବା ପରେ ରାମ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ତେବେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି ।
Powered by Froala Editor