ମୁଣ୍ଡଳିରେ ଆଉ ଜଳ ପ୍ରବାହ ବଢିବନି :ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛୋଟ ଧରଣର ବନ୍ୟା ହୋଇଛି, କୌଣସି ବିପଦ ନାହିଁ । ମହାନଦୀ, ବ୍ରାହ୍ଣଣୀ ଏବଂ ବୈତରଣୀରେ ଜଳସ୍ତର କମିବାରେ ଲାଗିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି । ମୁଣ୍ଡଳିରେ ଆଉ ଜଳ ପ୍ରବାହ ବଢିବନି । ଜଳ ପ୍ରବାହ ୬ଲକ୍ଷ ୭୬ ହଜାରରୁ ଅଧିକ ହେବନି । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟକିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ।
ସେପଟେ, ହୀରାକୁଦ ଜଳଭଣ୍ଡାରରେ କମୁଛି ଜଳସ୍ତର । ବନ୍ଦ ହେଲା ଆଉ ୬ଟି ଗେଟ୍ । ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ । ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି ।
Powered by Froala Editor