ହୀରାକୁଦରେ ବନ୍ଦ ହେଲା ୪ ଗେଟ୍
ସମ୍ବଲପୁର:ହୀରାକୁଦକୁ ଉପରମୁଣ୍ଡରୁ ଜଳପ୍ରବେଶର ମାତ୍ରା ବ ହ୍ରାସ ପାଇବାରେ ଲାଗିଛି । ଫଳରେ ରାତି ୧୧ଟା ପରେ ୪ଟି ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ସୁଦ୍ଧା ହୀରାକୁଦକୁ ପ୍ରାୟ ସାଢ଼େ ୫ ଲକ୍ଷ କ୍ୟୁସେକ୍ ପର୍ୟ୍ୟନ୍ତ ପାଣି ଆସିଥିବା ବେଳେ ଶୁକ୍ରବାର ରାତି ୯ଟା ସୁଦ୍ଧା ଏହା ୪ ଲକ୍ଷ ୧୪ ହଜାର ୫ କ୍ୟୁସେକକୁ ହ୍ରାସ ପାଇଛି ।
ସେହିପରି ଉପରମୁଣ୍ଡର ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ୧୦ଟି ଗାଁକୁ ପଶିଥିବା ବନ୍ୟା ପାଣି ଘୁଞ୍ଚିବାରେ ଲାଗିଛି । ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଯେ ଉପରମୁଣ୍ଡରେ ବର୍ଷା ବି ପ୍ରାୟତଃ ବନ୍ଦ ହୋଇଯାଇଛି ।
ଲଗାଣ ବର୍ଷା ଯୋଗୁଁ ମହାନଦୀ ଦୁଇ ଦିନ ଧରି ଫୁଲି ଉଠିଛି । ଗତ ବୁଧବାରରେ ଜଳଭଣ୍ଡାରକୁ ସାଢ଼େ ୩ ଲକ୍ଷ କ୍ୟୁସେକ୍ ପର୍ୟ୍ୟନ୍ତ ପାଣି ଆସିଥିବା ବେଳେ ଏହା ଗତକାଲି ସାଢ଼େ ୫ ଲକ୍ଷ ଯାଏ ବୃଦ୍ଧି ପାଇଥିଲା । ଅପରପକ୍ଷେ, ଉପରମୁଣ୍ଡରୁ ଜଳପ୍ରବେଶ ମାତ୍ରା ଶୁକ୍ରବାର ରାତି ୯ଟା ସୁଦ୍ଧା ୪ ଲକ୍ଷ ୧୪ ହଜାର ୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଗେଟ୍ ସମେତ ବିଭିନ୍ନ କେନାଲ, ପାୱାର୍ ଚ୍ୟାନେଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ୪ ଲକ୍ଷ ୮୩ ହଜାର ୮୮୭ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି । ରାତି ସାଢ଼େ ୧୧ଟା ପରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
Powered by Froala Editor