ଏଣିକି ୧୧୨ ଡାଏଲ କଲେ ଆପଣଙ୍କ ପାଖରେ ପହଞ୍ଚିବ ସମସ୍ତ ଜରୁରୀ ସେବା
ଭୁବନେଶ୍ବର: ଏଣିକି କେବଳ ଗୋଟିଏ ନମ୍ବର ୧୧୨ ଡାଏଲ କଲେ ଆପଣଙ୍କ ପାଖରେ ପହଞ୍ଚିବ ସମସ୍ତ ଜରୁରୀ ସେବା । ସେ ଅଗ୍ନିଶମ ବାହିନୀ ହେଉ, ଆମ୍ବୁଲାନ୍ସ ସେବା ହେଉ ବା ଅନ୍ୟ କୌଣସି ଜରୁରୀ ସେବା । କେବଳ ଡାଏଲ କରିବାକୁ ପଡ଼ିବ ହେଲ୍ପ ଲାଇନ ନମ୍ବର ୧୧୨ । ଏହି ନମ୍ବର ସହ ଆଜି ଯୋଡ଼ି ହୋଇଛି ଅଗ୍ନଶମ ବାହିନୀ । ଏହାକୁ ନେଇ ଓଡ଼ଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଏଣିକି ଅଗ୍ନିସେବା ସେବା ପାଇବା ପାଇଁ ୧୦୧ ନୁହେଁ କଲ୍ କରିବାକୁ ପଡ଼ିବ ୧୧୨ । ଏହି ଏକକ ଆପତକାଳିନ ହେଲପଲାଇନ ନମ୍ବରକୁ କଲ୍ କଲେ ମିଳିବ ଅଗ୍ନିଶମ ବାହିନୀର ସମସ୍ତ ସେବା । ଏଥିପାଇଁ ପୁର୍ବରୁ ଥିବା ୧୦୧କୁ କଲ୍ ନକରି ୧୧୨ କଲ କଲେ ଅଗ୍ନିଶମ ସେବା ପାଇ ପାରିବେ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଅବଗତ କରାଯାଇଛି । କେବଳ ଅଗ୍ନିଶମ ସହ ନୁହେଁ ୧୧୨କୁ କଲ କଲେ ଆମ୍ବୁଲାନସ, ଓ ପୋଲିସ ସହାୟତା ତିନି ପ୍ରକାର ସୁବିଧା ମିଳିବ।ଏଥିପାଇଁ ଏକ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ ଭୁବନେଶ୍ଵରରେ କାମ ଆରମ୍ଭ କରିଛି । ଓଡ଼ିଶାର ଯେକୌଣସି ସ୍ଥାନରେ ଥିଲେ ବି ୧୧୨କୁ କଲ୍ କଲେ ଆମ୍ବୁଲାନ୍ସ , ଅଗ୍ନିସେବା ଓ ପୋଲିସ ସେବା ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବ ।
Powered by Froala Editor