ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୩ ଯୁବକ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାର ୱାର୍ଡ ନଂ-୯ରେ ଥିବା ମଦ ଦୋକାନରେ ତିନି ଜଣ କର୍ମଚାରୀ ଗୁରୁବାର ଗଣେଶମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଗୋଧସ ଜଳପ୍ରପାତରେ ଭାସି ଯାଇଥିବା ଜଣାପଡ଼ିଛି । ମଦଦୋକାନର ମ୍ୟାନେଜର ନିଲେଶ କୁମାର ସିଂ (୩୭), କର୍ମଚାରୀ ରାଜକୁମାର ଗୁପ୍ତା (୨୪) ଓ ଅମିତ କୁମାର ଗୁପ୍ତ (୨୫) ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋଧସ ଜଳପ୍ରପାତକୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସନ୍ଧ୍ୟା ୫ଟାରେ ଯାଇଥିଲେ । ବିସର୍ଜନ ସାରି ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେମାନେ ଭାରସାମ୍ୟ ହରାଇ ଜଳ ସ୍ରୋତରେ ଭାସି ଯାଇଥିଲେ । ଖବରପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ଯୁବକମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତିନି ଯୁବକଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ ।
Powered by Froala Editor