ସରିଲା ଶାନ୍ତି କମିଟି ବୈଠକ, ଆସିପାରିଲାନି ନିଷ୍ପତି

କଟକ: ସରିଲା ଶାନ୍ତି କମିଟି ବୈଠକ । ଆସିପାରିଲାନି ଚୂଡାନ୍ତ ନିଷ୍ପତି । ପୁଣି ବଢ଼ିଲା ଦ୍ଵନ୍ଦ । ବିଫଳ ହେଲା ବୈଠକ । ହାଇକୋର୍ଟର ଦ୍ୱାରସ୍ଥ ହେବା ନେଇ ଆଶା ବାନ୍ଧିଲା ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି । କାରଣ ପୂର୍ବରୁ ବାଲୁ ବଜାର କୋର୍ଟର ଦ୍ୱାରସ୍ଥ ହୋଇଛି । ଆଜି ୨ ଟା ସମୟରେ ଆସିବ ରାୟ । ଏହି ରାୟ ଆଧାରରେ ଉଭୟ ଶାନ୍ତି କମିଟି ଓ ପୂଜା କମିଟି ନେବ ନିଷ୍ପତି ।
ପ୍ରକଶ ଯେ, ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ପ୍ରଥମେ ରାଜ୍ୟ ସରକାର ପୂଜା ଗାଇଡଲାଇନରେ କହିଥିଲେ । ତେବେ ଏନେଇ ବିବାଦ ଉପୁଜିବା ପରେ ରାଜ୍ୟ ସରକାର ଓ ଶାନ୍ତି କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଦୁଇ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରୋକଠୋକ ମନା କରାଯାଇଥିଲା । ଯାହାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁବଜାର ପୂଜା କମିଟି କୋର୍ଟ ଯାଇଥିଲା ।
Powered by Froala Editor