ମୂର୍ତ୍ତି ଉଚ୍ଚତା ବିବାଦ : ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର
ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଛି । ଏସ ଆର ସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାୟର କରାଯାଇଛି। ମୂର୍ତ୍ତି ଉଚ୍ଚତା ବଢିବାରେ ଅସୁବିଧା କେଉଁଠି ରହିଛି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଟକବାସୀ ଓ ବିଭିନ୍ନ ସଂଗଠନ। ମୂର୍ତ୍ତି ଉଚ୍ଚତା ସପକ୍ଷରେ ବିଜେଡି ନେତା ପ୍ରଭାତ ତ୍ରିପାଠୀ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବାହାରିଛନ୍ତି। ସରକାରଙ୍କୁ ଆଉ ଥରେ ନିବେଦନ କରାଯିବ ବୋଲି କହିଛନ୍ତି ।
ମୂର୍ତ୍ତି ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ପାର୍ବଣ ଗାଇଡଲାଇନ୍ସରେ ଉଲ୍ଲେଖ ଥିବାରୁ କଟକ ସହରର ପୂଜା କମିଟିଗୁଡିକ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା । ମଣ୍ଡପର ତିନି ପାର୍ଶ୍ୱ ପରଦାରେ ଆବଦ୍ଧ ରଖିବା ନିୟମ ନେଇ ବି ବିରୋଧର ସ୍ୱର ଉଠିଥିଲା । ଏହାକୁ ନେଇ ଶାନ୍ତିକମିଟି ବୈଠକରେ ହୋ ହହ୍ଲା ହୋଇଥିଲେ । ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଥିଲା । ଏହାପରେ ବାଲୁ ବଜାର କମିଟି ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି। ଏହି ଆନ୍ଦୋଳନକୁ ଜନସମସର୍ଥନ ମଧ୍ୟ ମିଳୁଛି । ଧିରେଧିରେ ଏଥିରେ ବିଭିନ୍ନ ପୂଜା କମିଟି ମଧ୍ୟ ସାମିଲ୍ ହେଲେଣି । ମା'ଙ୍କ କମ୍ ଉଚ୍ଚ ମୂର୍ତ୍ତି ଓ ପରଦା ଢଙ୍କା ପୂଜାକୁ ସବୁ ମହଲରୁ ବିରୋଧ କରାଯାଉଥିବା ବେଳେ ଇତିମଧ୍ୟରେ ମହାନଗର ଶାନ୍ତି କମିଟିଓ ପୂର୍ବାଞ୍ଚଳ ଶାନ୍ତି କମିଟି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ସ୍ମାରକପତ୍ର ଦେଇସାରିଛନ୍ତି ।
Powered by Froala Editor