କାନ୍ଥ ଭୁଶୁଡି ଶିଶୁକନ୍ୟା ମୃତ, ୬ ଆହତ
ଗଞ୍ଜାମ: ଏମିତିବି ମୃତୁ୍ୟ ଆସେ । କାନ୍ଥ ଭୁଶୁଡି ଏକ ଶିଶୁ କନ୍ୟାର ମୃତୁ୍ୟ ଘଟିିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ଥାନା ରାଶିବାଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ’ରେ । ଏକ ଘର ନିକଟରେ ୭ଜଣ ଶିଶୁ ଖେଳୁଥିବା ବେଳେ ମାଟି କାନ୍ଥ ଭୁଶୁଡିଥିଲା । ଏହି କାନ୍ଥ ତଳେ ଚାପି ହୋଇ ୬ବର୍ଷର ଶିଶୁ କନ୍ୟାର ମୃତୁ୍ୟ ଘଟିଛି ଓ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇ ଧରାକୋଟ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି । ଏଥିପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଯୋଗ୍ୟଯେ, ଲଘୁଚାପ ଏବେ ଅବପାତର ରୂପ ନେଇ ସାରିଥିବାବେଳେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇଥିବାବେଳେ କେତେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ବି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି କାନ୍ଥ ଓ ଘର ବି ଭୁଷୁଡ଼ି ପଡ଼ୁଥିବାର ଖବର ଆସୁଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସର୍ଭେ ଜାରି ରହିଛି । ଅପରପକ୍ଷରେ ମାଟି କାନ୍ଥ ଥିବା ଘର ନିକଟରେ ଚଳପ୍ରଚଳ ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
Powered by Froala Editor