ଜାଲରେ ପଡ଼ିଲା ୫୦ କିଲିଆ ରୋହି
ଜୟପୁର: ୫୦ କିଲିଆ ରୋହି । ଏହା ଶୁଣିବାକୁ ଅଖାଡ଼ୁଆ ଲାଗିପାରେ । କାରଣ ସାଧାରଣତଃ ରୋହି ମାଛର ଓଜନ ସର୍ବାଧିକ ୫ରୁ ୮ କେଜି ବୋଲି ଅନେକ ଲୋକଙ୍କ ଧାରଣା ଥାଏ । ମାତ୍ର ଏଭଳି ଏକ ବିଶାଳ ରୋହି ମାଛ ଧରା ହୋଇଛି ଜୟପୁର ଜଗନ୍ନାଥ ସାଗରରୁ । ସୋମବାର ରାତିରେ ମତ୍ସ୍ୟଜୀବୀମାନେ ସାଗରରେ ଜାଲ ପକାଇଥିବା ବେଳେ ମଙ୍ଗଳବାର ସକାଳୁ ମାଛଟି ଜାଲରେ ପଡିଥିଲା । ଏହାର ନାମ ସିଲଭର ରୋହି । ବର୍ଷା ଦିନେ ଜଗନ୍ନାଥ ସାଗରରେ ଅଧିକ ପାଣି ହେଲେ ଏହା ଜାଲରେ ପଡିଥାନ୍ତି । ପୂର୍ବରୁ ମଧ୍ୟ ଏହି ମାଛକୁ ମତ୍ସ୍ୟଜୀବୀମାନେ ଧରିଥିବା ବେଳେ ସେଗୁଡିକର ଓଜନ ୩୦ କେଜି ଭିତରେ ରହୁଥିଲା । କିନ୍ତୁ ଏତେ ବଡ ମାଛ ପୂର୍ବରୁ କେବେ ସେମାନେ ଧରି ନଥିବା ସେମାନେ କହିଛନ୍ତି । ଏହି ମାଛର ବଜାର ମୂଲ୍ୟ ୮ରୁ ୧୦ହଜାର ଟଙ୍କା ହେବ । ଏହା ଖାଇବାକୁ ଖୁବ୍ ସ୍ୱାଦୁଷ୍ଟ ଏବଂ ବଜାରରେ ଏହାର ଚାହିଦା ଖୁବ୍ ବେଶୀ ବୋଲି ମତ୍ସଜୀବୀମାନେ କହିଛନ୍ତି ।
Powered by Froala Editor