ଗଭୀର ଅବପାତର ରୂପ ନେଇଛି ଲଘୁଚାପ, ରାଜ୍ୟବ୍ୟାପୀ ପ୍ରବଳ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଥିବାରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ଅନେକ ଅଂଚଳ ଜଳମଗ୍ନ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢେ଼ ୫ଟା ବେଳକୁ ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଘଂଟା ପ୍ରତି ୨୧ କିମି ବେଗରେ ଗତି କରୁଛି । ଏବେ ଏହାର ପ୍ରକୋପ ଉତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତର ଛତିଶଗଡ଼ ସୀମାନ୍ତବର୍ତୀ ଜିଲ୍ଲାରେ ଦେଖିବାକୁ ମିଳୁଛି । ଝାରସୁଗୁଡ଼ାର ପଶ୍ଚିମ-ଉତରପଶ୍ଚିମ ଦିଗରେ ୫୦ କିମି ଦୂରତାରେ ଅବପାତ କେନ୍ଦ୍ରୀଭୂତ ହୋଇଛି ।
ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରି ଉତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅତିକ୍ରମ କରୁଛି । ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଦୁର୍ବଳ ହେବବୋଲି ଆକଳନ କରାଯାଇଛି ।
Powered by Froala Editor