ତିନି ଦିନ ବନ୍ଦ ପରେ ଆଜି ଖୋଲିବ ଶ୍ରୀମନ୍ଦିର
ପୁରୀ: ତିନି ଦିନ ବନ୍ଦ ପରେ ଆଜି ଶ୍ରୀମନ୍ଦିର ଖୋଲିବ । ଗଣେଶ ପୂଜା ଠାରୁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ତେବେ ଆଜିଠୁ ପୁଣି ଭକ୍ତମାନେ ଜଗା ଦର୍ଶନ କରିପାରିବେ । କରୋନା ସଂକ୍ରମଣର ଦ୍ୱତୀୟ ଲହରର ପ୍ରଭାବ କମୁଥିବାରୁ ଭକ୍ତଙ୍କ ଦର୍ଶନରେ କିଛି ମାତ୍ରାରେ କଟକଣା କୋହଳ କରିଛି ପ୍ରଶାସନ । ଏଥର ଭକ୍ତମାନେ ମନ୍ଦିର ଭିତରକୁ ପୂଜା ସାମଗ୍ରୀ, ଜଗା ପାଇଁ ତୁଳସୀ ମାଳ ନେଇପାରିବେ ଓ ଅନନ୍ଦ ବଜାରରେ ଆନନ୍ଦରେ ବସି ପ୍ରସାଦ ସେବନ କରିପାରିବେ । ସୂଚନାଯୋଗ୍ୟ ଯେ କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଥିଲା । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ତଳେ ଶ୍ରୀମନ୍ଦର ଖୋଲିଥିଲା । କରୋନାର ଦୁଇଟି ଡୋଜ ଟିକା ନେଇଥିବା ଲୋକେ କିମ୍ବା ଦୁଇ ଦିନ ଭିତରେ ଆରଟି-ପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖି ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଭିତରକୁ ଛଡା ଯାଉଥିଲା । ଏହ ସହିତ କିଛି ଦିନ ତଳେ ଜଗା ଦର୍ଶନ ଅବଧିକୁ ବଢାଇ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ କରାଯାଇଥିଲା । ଦୀର୍ଘ ଦିନ ହେବ ଭକ୍ତମାନେ ଜଗା ଦର୍ଶନରୁ ବଞ୍ଚିତ ଥିବାରୁ ବର୍ତ୍ତମାନ ପୁରୀରେ ଖୁବ ଭିଡ ଦେଖିବାକୁ ମିଳୁଛି ।
Powered by Froala Editor