ଛାଡିବାର ନାଁ ଧରୁନି, ତୁହାକୁ ତୁହା କାଚୁଛି ବର୍ଷା
ଭୁବନେଶ୍ୱର: ରାଜ୍ୟରେ ତୁହାକୁ ତୁହା ବର୍ଷା । ଗତକାଲିଠୁ ରାଜଧାନୀରେ ଲାଗି ରହିଥିବା ବର୍ଷା ଛାଡିବାର ନାଁ ଧରୁନି । ରବିବାର ଉପକୂଳବର୍ତ୍ତୀ ଜିଲ୍ଲାରେ ଅତିପ୍ରବଳ ବର୍ଷ ହୋଇଥିବା ବେଳେ ସୋମବାର ପଶ୍ଚିମ ଓଡିଶାର ଜିଲ୍ଲା ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ରାଜ୍ୟରେ ରେକର୍ଡ ହୋଇଥିବା ବର୍ଷାରେ ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର, ଭୁବନେଶ୍ୱରରେ ୧୯୫ ମିମି ଓ ପରାଦୀପରେ ୨୯୧ ମିଲିମିଟର ରହିଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ବାଲୋଶ୍ୱରରେ ୨୪ ମିମି, ଗୋପାଳପୁରରରେ ୬୪ ମିମି ବର୍ଷା ରେକର୍ଡ କରାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ରାସ୍ତାଘାଟରେ ପାଣିର ସୁଅ ଚାଲୁଛି । ରାସ୍ତା ଉପରେ ପାଣି ଲହଡି ମାରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କଟର ଅକେନ ଅଞ୍ଚଳ ମଧ୍ୟ ଜଳମଗ୍ନ ରହିଛି । ଏହା ସହିତ କଟକ ଓ ଭୁବନେଶ୍ୱରରେ ଆହୁରି ବର୍ଷା ହେବ ବୋଲି ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ଜଳ ନିଷ୍କାନଓ ପାଇଁ ପରାମର୍ଶ ଦିଆଯାଇଛି ଓ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ପାରାଦୀପରେ ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଏଥିପାଇଁ ବର୍ଷା ସହିତ ପବନ ଲାଗି ରହିଛି ଓ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ଓ କୁଜଙ୍ଗରେ କେତକ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି ।
Powered by Froala Editor