ଟିକା ସମ୍ପର୍କରେ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଟିକା ନେବା ପରେ ମଧ୍ୟ ଆପଣ ସୁରକ୍ଷିତ ନୁହନ୍ତି । ରାଜ୍ୟରେ ଟିକା ନେଇଥିବା ୬୦ ରୁ ୮୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି (ରୋଗ ପ୍ରତିରୋଧକ ଶକ୍ତି) ସୃଷ୍ଟି ହେଉଥିବାବେଳେ ୨୦ରୁ ୨୫%ଙ୍କ ଆଣ୍ଟିବଡ଼ି ସୃଷ୍ଟି ହେଉନି ବୋଲି ଆଇଏଲ୍ଏସ ନିର୍ଦ୍ଦେଶକ ଡ.ଅଜୟ ପରିଡ଼ା କହିଛନ୍ତି ।
ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟ ଭିତରୁ ୬୦୦ ନମୁନାର ଜେନମ୍ ସିକ୍ୟୁଏନ୍ସିଂ ହୋଇଥିଲା । ଏଥିରୁ ୪୨୫ ଜଣଙ୍କ ଡେଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ଅଲଗା ଭାରିଏଣ୍ଟର । ଓଡ଼ିଶାରେ ଦେଶର ୪ର୍ଥ ସର୍ବାଧିକ ଜେନମ ସିକ୍ୟୁଏନ୍ସିଂ ହୋଇଛି । ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ନମୁନାର ଜେନମ୍ ସିକ୍ୟୁଏନ୍ସିଂ ହୋଇଛି ।
ରାଜ୍ୟରେ ଟିକାକରଣ ଜୋର୍ଦାର ହେଉଥିବାବେଳେ ସରକାର ଏହାକୁ ଆହୁରି ଅଧିକ କରିବାକୁ ଜୋର୍ ଦେଇଛନ୍ତି । ଅଧିକ ଟିକା ଆସୁଥିବାରୁ ଦୈନିକ ୪ ଲକ୍ଷରୁ ଅଧିକ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବୁଷ୍ଟର ଡୋଜ୍ ନେଇ ଏଯାଏ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି କରିନାହାନ୍ତି । ବୁଷ୍ଟର ଡୋଜ୍ରେ ସମାନ କମ୍ପାନୀର ଟିକା ଦିଆଯିବ ନା ଅଲଗା । ଏ ସମ୍ପର୍କରେ ନିଷ୍ପତ୍ତି ହୋଇନି । ଏ ନେଇ ବିଶେଷଜ୍ଞମାନଙ୍କ ସହ ବିଚାର ବିମର୍ଶ ଚାଲିଛି । ପିଲାଙ୍କ ଟିକା ଆସିନଥିବାରୁ ବିପଦ ଅଧିକ ଥିବାର କହିଛନ୍ତି ଡ. ପରିଡ଼ା ।
Powered by Froala Editor