ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ
ଭୁବନେଶ୍ୱର : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ତାଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ ଚାପ ପଡ଼ିଥିଲା ।
ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତିଯେ, ସମୟ ସହ ଦାୟିତ୍ୱ ବଦଳିଛି । ଦଳରେ ଏହା ସ୍ୱାଭାବିକ ପ୍ରକ୍ରିୟା । ୫ ବର୍ଷ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବାରୁ ସେ ପାର୍ଟିକୁ ଧନ୍ୟବାଦ ଦେଇଛନ୍ତି । ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହା ମୁଁ ସୁଚାରୂରୂପେ ସମ୍ପାଦିତ କରୁଛି । ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ ବୋଲି ସେ କହିଛନ୍ତି ।
୨୦୧୭ ଡିସେମ୍ବର ୨୬ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ବିଜେପି ୨୦୧୭ରେ ୧୮୨ ଆସନ ମଧ୍ୟରୁ ୯୯ ଆସନରେ ବାଜିମାତ କରିଥିଲା ।
Powered by Froala Editor