ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ନୂଆଁଖାଇ ଜୁହାର। ଆଜି ନୂଆଁଖାଇ। ପଶ୍ଚିମ ଓଡିଶାର ଗଣପର୍ବ। ଆଜି ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର ପରିବେସ । ବିଶେଷ କରି ପଶ୍ଚିମ ଓଡିଶାବାସୀ ଏହି ପର୍ବ ଖୁବ ଧୁମଧାମରେ ପାଳନ କରନ୍ତି। ଘରେ ଘରେ ଏବେ ପର୍ବର ମାହୋଲ୍। ଲୋକେ କିଣାବିକା ଓ ନୂଆଁଖାଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୂଆଁଖାଇ ଜୁହାର କହି ସମସ୍ତଙ୍କର ମଙ୍ଗଳ ହେଉ ବୋଲି କାମନା କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ନୂଆଁଖାଇ ଅବସରରେ ପରମ ଆରାଧ୍ୟ ମା ସମଲେଶ୍ୱରୀ, ମା ପାଟଳେଶ୍ୱରୀ, ମା ମାଣିକେଶ୍ୱରୀ, ମା ଶୁରେଶ୍ୱରୀ, ମା ରାମଚଣ୍ଡୀ, ମା ଶିଖରବାସୀନିଙ୍କ ପାଦତଳେ ଭକ୍ତିଭରା ପ୍ରଣାମ ଜଣାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
Powered by Froala Editor