ଉତ୍ସବ ମୁଖର ହୋଇ ଉଠିଛି ପଶ୍ଚିମ ଓଡିଶା, ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ପୁର ଠୁ ପଲ୍ଲୀ । ପ୍ରତି ବର୍ଷ ଏହି ଦିନଟିକୁ ବେଶ ଉତ୍ସାହର ସହ ଅନାଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ଆଜିର ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୁଏ ।
ଏହି ଗଣପର୍ବରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଟ୍ବିଟ କରି କହିଛନ୍ତି ଯେ, 'ନୂଆଁଖାଇ ଏକ ପର୍ବ ନୁହେଁ, ଆମ କଳା, ସଂସ୍କୃତି, ପରମ୍ପରା ଏବଂ ଏହା ଆମ ଭାଇଚାରାର ପରିଚୟ । ବ୍ୟକ୍ତି ନୁହେଁ, ସମାଜ ହିଁ ଶ୍ରେଷ୍ଠ । ସମାଜ ମାଧ୍ୟମରେ ହିଁ ବ୍ୟକ୍ତିର ସର୍ବୋତ୍ତମ ବିକାଶ ହୋଇଥାଏ । ଏହା ହିଁ ନୂଆଁଖାଇ ପାଳନର ବାର୍ତ୍ତା । ଆମ ମାଟିର ଏ ମହାନ ପର୍ବକୁ ମନଭରି ଉପଭୋଗ କରି ସମସ୍ତଙ୍କ ପାଇଁ ଖୁସି କାମନା କରିବା ।' ଏଥିସହ କଟକଣା ମଧ୍ୟରେ ନୂଆଁଖାଇ ପାଳନ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ
Powered by Froala Editor