ସ୍ୱାସ୍ଥ୍ୟସେବାର ଦଳ, ଜାତି ଓ ଧର୍ମ ନାହିଁ: ମନମୋହଲ ସାମଲ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାର ଦଳ, ଜାତି ଓ ଧର୍ମ ନାହିଁ । ଏହା ଜଣକର ମୌଳିକ ଅଧିକାର । ରାଜ୍ୟ ସରକାର ଗର୍ବ ଅହଂକାର ଛାଡ଼ି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରନ୍ତୁ ବୋଲି ବିଜେପି ନେତା ମନମୋହନ ସାମଲ କହିଛନ୍ତି । ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପରେ କଟକରେ ମୃତୁ୍ୟବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ ଏହା କହିଛନ୍ତି ।
ଶ୍ରୀ ସାମଲ ଦୁଷ୍ମନ୍ତ ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ତାଙ୍କୁ ସବୁ ପ୍ରକାର ଚିକିତ୍ସା ଦିଆଯାଇଥିଲା ତେବେ ସବୁ ରାତି ଅଧରେ କଲେ କାହିଁକି । ରାତିରେ ପୋଷ୍ଟମର୍ଟମ କଲେ, ଗାଁକୁ ଶବ କାହିଁକି ନେଲେ ନାହିଁ । ସ୍ଥ୍ୟସେବାର ଦଳ, ଜାତି ଓ ଧର୍ମ ନାହିଁ । ଏହା ଜଣକର ମୌଳିକ ଅଧିକାର । ରାଜ୍ୟ ସରକାର ଗର୍ବ ଅହଂକାର ଛାଡ଼ି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରନ୍ତୁ ବୋଲି ବିଜେପି ନେତା ମନମୋହନ ସାମଲ କହିଛନ୍ତି । ଏଥିସହ ଦୁଷ୍ମନ୍ତଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଶ୍ରୀ ସାମଲ ଦାବି କରିରଛନ୍ତି । ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ମଧ୍ୟ ଶ୍ରୀ ସାମଲ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଦୁଷ୍ମନ୍ତ ଦାସ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଯୋଜନାବଦ୍ଧ ଢଙ୍ଗରେ କଟକରୁ ଭୁବନେଶ୍ୱର ନେଇ ଯାଇ ଏଭଳି କାଣ୍ଡ କରାଇଛି? ଦୁଷ୍ମନ୍ତଙ୍କ ମା ବାସନ୍ତୀ ଦାସ ଗୁରୁବାର କୁଜଙ୍ଗ ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦେବା ପରେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି । ବାସନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବାସନ୍ତୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କର ପୁଅ ସହଜରେ ଚାଲବୁଲ କରିବାକୁ ଅକ୍ଷମ । ତାଙ୍କ ସହ ସେ ଦୁଇ ମାସ ହେଲା କଟକ ବଡ ମେଡିକାଲରେ ପାଖେପାଖେ ରହି ଆସୁଥିଲେ । ଗତକାଲି ସକାଳେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ କଟକ ବଡ ମେଡିକାଲରେ ପହଞ୍ଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଯାଇଥିଲା । ପୁଅ ଗଲାବେଳେ କହିଥିଲା ଯେ ସେ ଭୁବନେଶ୍ୱର ଯାଉଛି । ସେଠୁ ଆସିଲେ ଗାଁକୁ ଯିବା । କିନ୍ତୁ ତାହାର କିଛି ସମୟପରେ ସେ ବିଧାନସଭା ସମ୍ମୁଖରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଥିଲେ । ତାଙ୍କ ପୁଅକୁ କଟକରୁ ନେଇ ଯାଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ସେ ସନେ୍ଦହ କରୁଛନ୍ତି ଏବଂ ଘଟଣାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିକୁ ଠାବ କରାଯାଉ ବୋଲି ବାସନ୍ତୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
Powered by Froala Editor