ରାଜ୍ୟରେ ଆଉ ୧୦୨ ଛୁଆ କରୋନା ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୨ ଜଣ ଅଛନ୍ତି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୯ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯, ଅନୁଗୋଳରୁ ୨୦, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୯, ଗଜପତିରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୭, କୋରାପୁଟରୁ ୬, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ରାୟଗଡ଼ାରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୬ ଓ ଷ୍ଟେଟ୍ ପୁଲ୍ରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ଜଣେ ବି ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି।
୭୬୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇସାରିଛନ୍ତି। ୬,୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି
Powered by Froala Editor