ଗୋଟିଏ ବଖରା, ବିଲ୍ ୮ ଲକ୍ଷ
ଖଲ୍ଲିକୋଟ: କାହାର ବଖରାଏ, ତ ଆଉ କାହାର ଦୁଇ ବଖରା ଘର । କିନ୍ତୁ ବିଦୁ୍ୟତ ଶୁଳ୍କ ବିଲ୍ ଦେଖିଲେ ଆଖି ଖୋସି ହୋଇଯିବ । ଦୁଇଜଣ ଉପଭୋକ୍ତାଙ୍କୁ ୪ ଲକ୍ଷ ଟଙ୍କା ଓ ଜଣେ ଉପଭୋକ୍ତାଙ୍କୁ ୮ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ଲାଗି ବିଲ ଆସିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଇଲାକାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଖଲ୍ଲିକୋଟ ବିଦୁ୍ୟତ ବିଭାଗ ଉପଖଣ୍ଡ ଅଧୀନରେ ଥିବା କେଶପୁର ପଞ୍ଚାୟତ ପାଟଣାସାହିର ବାସିନ୍ଦା କୃଷ୍ଣ ସାହୁଙ୍କ ବିଦୁ୍ୟତ ବିଲ ୮ଲକ୍ଷ ୪୬ହଜାର ୯୭ ଟଙ୍କା ଆସିଛି । ଗୋଟିଏ ବଖରାରେ ରହୁଥିବା କୃଷ୍ଣଙ୍କୁ ଏହି ବିଲ୍ ମିଳିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ସେହିପରି ଗ୍ରାମର ବାଉରୀ ମହାରଣାଙ୍କ ବିଜୁଳି ବିଲ୍ ୪ ଲକ୍ଷ ୧୫ ହଜାର ୨୧୨ ଓ ଧୋବା ବାରିକଙ୍କ ୪ ଲକ୍ଷ ୪୮ ହଜାର ଟଙ୍କା ଆସିଛି । ଖଲ୍ଲିକୋଟ ବିଦୁ୍ୟତ ଉପଖଣ୍ଡ ଅଧିକାରୀ କିଶୋର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନୂଆ ଏଜେନ୍ସିର ଭୁଲ୍ ଯୋଗୁଁ ଏଭଳି ଘଟିଛି । ତ୍ରୁଟିକୁ ମାସକ ଭିତରେ ସୁଧାରିବା ଦିଗରେ ପଦକ୍ଷେପ ନିଆଯିବ ।
Powered by Froala Editor