ପବନରେ ବି ବ୍ୟାପୁଛି କରୋନା, ଲାନସେଟ କହିଲା ପ୍ରମାଣ ଅଛି
ୱାସିଂଟନ : କରୋନା ସଂକ୍ରମଣ ରୋକିବା ପାଇଁ ଆମେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ରକ୍ଷା କରୁଛୁ । କିନ୍ତୁ ଲାନସେଟର ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା କିନ୍ତୁ ସମସ୍ତଙ୍କ ହୋସ ଉଡ଼ାଇଦେବ । ପବନରେ ବି କରୋନା ବ୍ୟାପୁଥିବାର ବଳିଷ୍ଠ ପ୍ରମାଣ ରହିଛି ବୋଲି ଲାନସେଟ ପକ୍ଷରୁ କୁହାଯାଇଛି ।
ମେଡ଼ିକାଲ ଜର୍ଣ୍ଣାଲ ଲାନସେଟ କରୋନା ଭୂତାଣୁ ସମ୍ପର୍କରେ ଏଭଳି ଚକିତ କରିବା ଭଳି ଦାବି କରିଛି । କରୋନା ବାୟୂ ପ୍ରବାହିତ ହୋଇଥିବାବେଳେ ପବନରେ ବି ସଂକ୍ରମଣ ବ୍ୟାପିବାରେ ଲାଗିଛି । ପବନରେ ସଂକ୍ରମଣ ବ୍ୟାପୁଥିବାରୁ ବିଭିନ୍ନ ରାଷ୍ଟ୍ରରେ ସ୍ଥିତି ସାଂଘାତିକ ରୂପ ନେଇଛି । ଆମେରିକା, ବ୍ରିଟେନ ଓ କାନାଡ଼ାରେ ବ୍ୟାପକ ପରୀକ୍ଷା ନୀରିକ୍ଷା ଏବଂ ଅଧ୍ୟୟନ ପରେ କରୋନା ବାୟୂବାହିତ ବୋଲି ସ୍ପଷ୍ଟ ହୋଇଛି ।
ଅପରପକ୍ଷରେ ଅକ୍ସଫୋଡର଼୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ କରୋନା ପବନରେ ବ୍ୟାପୁଥିବ ଦାବିକୁ ସମର୍ଥନ କରିଛନ୍ତି । ଲାନସେଟ ଅଧ୍ୟୟନ ଅନୁଯାୟୀ, ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ଅତିକମରେ ୫୩ ଜଣ ସଂକ୍ରମିତ ହେଉଛନ୍ତି । ୪୦ ପ୍ରତିଶତ କରୋନା ସଂକ୍ରମିତ ନଛିଙ୍କିଲେ ବା ନକାଶିଲେ ବି ଅନ୍ୟମାନଙ୍କୁ ସଂକ୍ରମିତ କରାଉଥିବାର ପ୍ରମାଣ ମିଳିଛି ।