ଆଜି ରାଜ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୧୯ ରହିଛି । ସୂଚନା ଓ ଳୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୧୭, ବରଗଡରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, କଟକରୁ ୧୧୯, ଦେବଗଡରୁ ୧, ଢେଙ୍କାନାଳରୁ ୯, ଗଞ୍ଜାମରୁ ୪, ଗଜପତିରୁ ୧, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡାରୁ ୪, କେନ୍ଦ୍ରାପଡାରୁ ୨୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୧୪, କୋରାପୁଟରୁ ୬, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨, ନୟାଗଡରୁ ୩, ନୂଆପଡାରୁ ୩, ପୁରୀରୁ ୧୬, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୨୬, ସୁବର୍ଣ୍ଣପୁରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୦୨ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor