ଏହି ସମୟରେ ଖାଆନ୍ତୁ ନାହିଁ ଫଳ, ଦେଖା ଦେବ ସ୍ୱାସ୍ଥ୍ୟ ସମସ୍ୟା

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଫଳ ଖାଇବା ଜରୁରୀ ଅଟେ । କାରଣ ଫଳରେ ପ୍ରଚୁର ପରିମାଣରେ ଭିଟାମିନ ଓ ମିନେରାଲ୍ସ ଥାଏ । ଡାକ୍ତରଙ୍କ ମତରେ ପ୍ରତିଦିନ ଫଳ ଖାଇବା ଦ୍ୱାରା ଶରୀରରୁ ରୋଗ ଦୂର ହୋଇଥାଏ । ଏହାର ବିଶେଷତ୍ୱ ଆୟୁର୍ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି । କିନ୍ତୁ ଆୟୁର୍ବେଦରେ ଏହା ମଧ୍ୟ କୁହାଯାଉଛି, ଯେ କିଛି ସମୟରେ ଫଳ ଖାଇବା ଉଚିତ୍ ନୁହେଁ । ବିଶେଷ କରି ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଫଳ ଖାଇବା ଉଚିତ୍ ନୁହେଁ । କାରଣ ଫଳ ଗୁଡିକରେ ପ୍ରଚୁର କାର୍ବୋହାଇଡ୍ରେଟ ରହିଥାଏ । ଏହି କାର୍ବୋହାଇଡ୍ରେଟ ଗୁଡିକ ଶରୀରରେ ତତ୍କ୍ଷଣାତ ଶର୍କରାରେ ପରିଣତ ହୋଇ ଶରୀରକୁ ଶକ୍ତି ଯୋଗାଇଥାଏ । ଫଳ ଖାଇବା ଦ୍ୱାରା ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ତେବେ ସନ୍ଧ୍ୟା ପରେ ଫଳ ଖାଇବା ଦ୍ୱାରା ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ସେହିପରି ମଧ୍ୟାହ୍ନ ଭୋଜନ ପରେ ସାଙ୍ଗେସାଙ୍ଗେ ଫଳ ଖାଇବା ଉଚିତ୍ ନୁହେଁ । ମଧ୍ୟାହ୍ନ ଭୋଜନର ଅଧଘଣ୍ଟା ପରେ ଫଳ ଖାଇବା ଉଚିତ୍ । କ୍ଷୀର ସହିତ କେବେବି ଫଳ ଖାଇବା ଉଚିତ୍ ନୁହେଁ, ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ତେବେ ଖାଲି ପେଟରେ ଫଳ ଖାଇବା ଅଧିକ ଲାଭଦାୟକ ଅଟେ । ରାତିରେ ପ୍ରାୟ ୧୦ ଘଣ୍ଟାର ବିଶ୍ରାମ ପରେ ପେଟ ଖାଲି ରହିଥାଏ । ତେଣୁ ସକାଳୁ ଫଳ ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ଯୋଗାିବା ସହିତ ମେଟାବୋଲିଜିମ୍ ମଧ୍ୟ ବଢିଥାଏ । ଏହା ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
Powered by Froala Editor