୩୦ ହାତୀଙ୍କ ଉତ୍ପାତ: ଧାନ ମାଡୁଛନ୍ତି, ଭାତ ହାଣ୍ଡି ଟେକି ନେଉଛନ୍ତି

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କୁଲାଡେରା ଗାଁରେ ପଶିଛନ୍ତି ୩୦ ଟିକିଆ ହାତୀପଲ । ଏହି ହାତୀଙ୍କ ଉପଦ୍ରବ ଏବେ ଲୋକଙ୍କ ନିଦ ହଜାଇ ଦେଇଛି । ବହୁ କଷ୍ଟରେ ଧାନ ଚାଷ ହୋଇଥିବାବେଳେ ହାତୀଙ୍କ ପାଦ ତଳେ ସବୁ କିଛି ନଷ୍ଟ ହେଉଛି । ଏନେଇ ବନବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ଚାଷୀ । ତେଣୁ କ୍ଷତିପୂରଣ ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୁଲାଡେରା ଗାଁରେ ୩୦ ଟିକିଆ ହାତୀପଲ ଗାଁରେ ପଶିଥିଲେ । ହାତୀପଲ ଧାନଫସଲକୁ ମାଡି ଦଳି ନଷ୍ଟ କରିଥିବା ବେଳେ ଅନ୍ୟ ତିନି ଟିକିଆ ହାତୀପଲ ବାଇଧର ନାୟକ ଓ ହେମନ୍ତ ନାୟକଙ୍କ ଘର ଭାଙ୍ଗି ଧାନଚାଉଳ ସହ ଭାତ ଖାଇଦେଇଛନ୍ତି । ପ୍ରାୟ ୨୧ ଜଣଙ୍କର ୧୫ ଏକରରୁ ଉର୍ଦ୍ଧ୍ଵ ଧାନଜମିରେ ଥିବା ଧାନଫସଲକୁ ନଷ୍ଟ କରିଛନ୍ତି ହାତୀପଲ ।
ଅପର ପକ୍ଷରେ ତେଲକୋଇ ଫରେଷ୍ଟ ବିଟର ବନ କର୍ମଚାରୀ ହାତୀ ଘଉଡାଇବାକୁ ଆସୁନଥିବା ବେଳେ ବିମଳା ଫରେଷ୍ଟ ବିଟ୍ କର୍ମଚାରୀ ଏହା ଆମ ଅଞ୍ଚଳ ନୁହେଁ ବୋଲି କହି ପଳାଇ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।
Powered by Froala Editor