ରାଜ୍ୟରେ ୧୧,୪୫୬ ପୁଲିସ ପଦ ଖାଲି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୧,୪୫୬ ପୁଲିସ ପଦ ଖାଲି ଥିବା ସୋମବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ବିଶେଷ କରି ୧୩ଡିଆଇଜି, ୧୫ ଏସପି ଓ ୨୪୮ ଇନସ୍ପେକ୍ଟର ପଦବୀ ଖାଲି ଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଥାନା, ଫାଣ୍ଡି ଖୋଲିବା ଦାବିରେ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ପୁଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ଆଜିର ପ୍ରଶ୍ନକାଳ ସରିବା ପରେ ବୈଠକ ଡାକି ଆଲୋଚନା ପାଇଁ କହିଛନ୍ତି । ଏନେଇ ଗୃହରେ ବିବୃତି ରଖିବାକୁ ମଧ୍ୟ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ, ଆଜି ପ୍ରଶ୍ନକାଳରେ ଥାନା ଓ ଫାଣ୍ଡି ଖୋଲିବା ନେଇ ବିଧାୟକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ନୂଆ ପୁଲିସ ଷ୍ଟେସନ ଖୋଲିବା ଦାବିରେ ଉଦବେଗ ପ୍ରକାଶ ପାଇଥିଲା । ପୂର୍ବରୁ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ଟି ଥାନାର ଅପଗ୍ରେଡ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ୬୦ ଜଣ ବିଧାୟକ ଏନେଇ ପ୍ରସ୍ତାବ ଦେଇଥିବାବେଳେ ବାଚସ୍ପତି ରୁଲିଂ ଦେଇଥିଲେ । ତଥାପି କାର୍ଯ୍ୟକାରୀ ହୋଇନଥିବାରୁ ସବୁ ଦଳର ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ । ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟନ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖିଛନ୍ତି ।
Powered by Froala Editor