ପତ୍ନୀଙ୍କୁ ମାରି ସ୍ୱାମୀର ଆତ୍ମହତ୍ୟା
ପୋଲସରା : ମାତ୍ର ୪ ମାସ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନବଦମ୍ପତିଙ୍କ ଭିତରେ ପାରିବାରିକ କଳହର କରୁଣ ପରିଣତି । ଆଉ ପନôୀକୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା ପରେ ପତିର ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗତକାଲି ରାତିରେ ପନôୀ ଲିଲି ଗୌଡ଼ (୨୩)ଙ୍କୁ ହତ୍ୟା କରିବା ପରେ ସ୍ୱାମୀ ବିପିନି ଗୌଡ଼ (୨୮) ବେକରେ ଗାମୁଛା ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି । ମିଳିଥିବା ସୂଚନାନୁସାରେ, ସୋଡ଼କ ଗ୍ରାମପଞ୍ଚାୟତ ଅଫିସ୍ ସାମ୍ନା ସାହିରେ ରହୁଥିବା ପାଣ ଗୌଡ଼ଙ୍କ ପୁଅ ବିପିନି ଗତ ଏପ୍ରିଲ୍ ମାସରେ ମନ୍ଦାର ନିକଟ ଅରଖପୁର ଗ୍ରାମର ମଦନ ଗୌଡ଼ଙ୍କ ଝିଅ ଲିଲିଙ୍କୁ ବିବାହ କରିଥିଲେ । ବିପିନି ଗାଈ ଓ ମଇଁଷି ରଖି କୌଳିକ ବୃତ୍ତି କରିଆସୁଥିଲେ । ହେଲେ ବିବାହ ପରଠୁ ବିପିନି ଓ ଲିଲିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଜଣେ ଯୁବକଙ୍କ ସହ ଲିଲିଙ୍କ ପ୍ରେମ ସଂପର୍କ ଥିବା ନେଇ ବିପିନି ତାଙ୍କ ଉପରେ ସନେ୍ଦହ କରିଆସୁଥିଲେ । ଏହା ଜାଣିବା ପରେ ବିପିନି ତାଙ୍କୁ ବାରମ୍ବାର ତାଗିଦ୍ କରିଥିଲେ । ଏପରିକି ଶ୍ୱଶୁରଘର ଲୋକଙ୍କୁ ବିପିନି ଏହି ବିଷୟରେ ଜଣାଇଥିଲେ ମଧ୍ୟ କିଛି ସମାଧାନ ହୋଇ ନଥିଲା । ଫଳରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା । ଶେଷରେ ଲିଲିଙ୍କୁ ହତ୍ୟା କରିବା ଲାଗି ବିପିନି ଯୋଜନା କରିଥିଲେ । ଗତକାଲି ରାତିରେ ଖାଇସାରିବା ପରେ କୁରାଢ଼ିରେ ତାଙ୍କ ବେକକୁ ହାଣି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଲିଲିଙ୍କ ମୃତୁ୍ୟ ହୋଇଥିବା ବେଳେ ବିପିନି ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲେ ।
Powered by Froala Editor