ବିଉଟି ପାର୍ଲର ନାଁରେ ଚାଲିଥିଲା ଦେହ ବେପାର, ଗିରଫ ହେଲେ ପାର୍ଲର ମାଲିକାଣୀ

ଅନୁଗୁଳ : ବିଉଟି ପାର୍ଲର ନାଁରେ ଚାଲିଥିଲା ନିଷିଦ୍ଧ ଦେହ ବେପାର । ପୁଣି ଦେହ ବେପାର ନାଁରେ ବ୍ଲାକମେଲିଂ । ଭିଡିଓ କରି ୨୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ସ୍ୱାମୀ-ସ୍ତ୍ରୀ ବାପ-ପୁଅ ଗିରଫ ହୋଇଛନ୍ତି । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅନୁଗୁଳ ଗାନ୍ଧୀମାର୍ଗ ଅଂଚଳର ଅଭିଷେକ ଅଗ୍ରୱାଲାଙ୍କ ବାପା ରାଜୀବ ଲୋଚନ କିଛି ବର୍ଷ ତଳୁ ମହିଳାଙ୍କ ବିଉଟି ପାର୍ଲରକୁ ନିୟମିତ ଯାଉଥିଲେ । ସେଠାରେ ମସାଜ କରିବା ସହିତ ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖୁଥିଲେ । ବିଉଟି ପାର୍ଲର ମାଲିକାଣୀ ଜଣକ ବାପାଙ୍କ ପରେ ପରେ ପୁଅକୁ ଫସାଇବାକୁ ଉଦ୍ୟମ କରିଥିଲା । ପୁଅ ସହିତ ସମ୍ପର୍କ ଯୋଡ଼ି ଘରକୁ ଡାକିଥିଲା । ମହିଳାଙ୍କ ସହିତ ସମ୍ପର୍କ ରଖିବା ସମୟରେ ମହିଳାଙ୍କ ସ୍ୱାମୀ ଏହାର ଭିଡିଓ ସୁଟିଂ କରି ପୁଅକୁ ବ୍ଳାକମେଲିଂ କରିବା ଆରମ୍ଭ କରି ଦେଇଥିଲେ । ଘଟଣାସ୍ଥଳରେ ହିଁ ପୁଅ ଅଭିଷେକଙ୍କ ଠାରୁ ୨୦ଲକ୍ଷ ଟଙ୍କାର ବଣ୍ଡ ପେପର ଦସ୍ତଖତ କରାଇ ନେଇଥିଲେ । ଫୋନ ପେ ଜରିଆରେ ଏକ ଲକ୍ଷ ୩୮ହଜାର ଟଙ୍କା ନେବା ପରେ ପରେ ଆଉ ୨୦ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଟଙ୍କା ନ ଦେଖଲେ ଭିଡିଓ ଦେଖାଇ ବ୍ଲାକମେଲିଂ କରିଥିଲେ । ପୁଅ ୧ଲକ୍ଷ ୩୮ହଜାର ଟଙ୍କା ଦେଇ ଘରକୁ ଆସିଲା ପରେ ବିଉଟିପାର୍ଲର ମାଲିକାଣୀ ଏବଂ ତାଙ୍କ ସ୍ୱାମୀ ତୁରନ୍ତ ୨୦ଲକ୍ଷ ଟଙ୍କା ଦେବାକୁ ଧମକାଇଥିଲେ । ଏହି ଘଟଣାକୁ ନେଇ ବାପ-ପୁଅ ଅନୁଗୁଳ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୂରା ଘଟଣା ପୁଲିସକୁ କହିବା ପରିବର୍ତ୍ତେ ଲକ୍ଷେ ୩୮ହଜାର ଟଙ୍କାର ଠକେଇ କଥା ଦର୍ଶାଇ ବିଉଟି ପାର୍ଲରବାଲିଙ୍କ ସ୍ୱାମୀ ନାଁରେ ଏତଲା ଦେଇଥିଲେ । ସ୍ୱାମୀ ନାଁରେ ଏତଲା ହେବା ଜାଣି ପାରି ବିଉଟିପାର୍ଲର ମାଲିକାଣୀ ବାପ-ପୁଅଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୁଲିସ ଯଦିଓ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା, କିନ୍ତୁ ତଦନ୍ତ ପରେ ଅସଲ କଥା ପଦାକୁ ଆସିଥିଲା । ଏହି ଉଭୟ ମାମଲାରେ ପୁଲିସ ସ୍ୱାମୀ-ସ୍ତ୍ରୀ, ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବନ୍ଧା ହୋଇଥିବା ଏହି ବିଉଟିପାର୍ଲର ମାଲିକାଣୀଙ୍କ ଘର ଢେଙ୍କାନାଳ ସହରର କାଞ୍ଚନବଜାର ଇଲାକାରେ । ସେ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗରେ ଏକ ବିଉଟି ପାର୍ଲର ଖୋଲି ସେଠାରେ ସ୍ୱାମୀଙ୍କ ସହ ରହୁଥିଲେ ।
Powered by Froala Editor