ଫେକ୍ ଆଇଡିରେ ଫସିଗଲେ ଡାକ୍ତର : ପ୍ରେମିକା ସାଜି ୨ କୋଟି ନେଇଗଲେ ଛାତ୍ର
ଜଣେ କଲେଜ ଛାତ୍ରକୁ ପ୍ରେମିକା ଭାବି ୨ କୋଟି ହରାଇଛନ୍ତି ୪୪ ବର୍ଷୀୟ ଡାକ୍ତର । ଡାକ୍ତର ଜଣକ ଦିଲ୍ଲୀର ହୋଇଥିବା ବେଳେ ତାଙ୍କୁ ଫସାଇଛନ୍ତି ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ଜଣେ ଯୁବକ। ସୋସିଆଲ୍ ମିଡିଆରେ ନିଜକୁ ଝିଅ ସଜାଇ ଡାକ୍ତରଙ୍କ ଠାରୁ ଦୁଇ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ଡାକ୍ତର ୟବତମାଲ ପୋଲିସ୍ ପାଖରେ ଏନେଇ ଏଫ୍ଆଇଆର୍ ଦେଇଥିଲେ । ପରେ ପୋଲିସ୍ ଉକ୍ତ ଯୁବକ ଗିରଫ କରିଥିବା ବେଳେ ସେ ଜଣେ କଲେଜ୍ ଛାତ୍ର ବୋଲି ଜଣାପଡ଼ିଛି । ପୋଲିସ୍ ଏନେଇ ଅଭିଯୁକ୍ତ ଛାତ୍ର ଅନ୍ୟ କୌଣସି ଅପରାଧରେ ସାମିଲ୍ ଅଛି କି ନାହିଁ ଅଧିକ ତଦନ୍ତ କରୁଛି ।
ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଫେସ୍ବୁକ୍, ଇଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ୍ ମିଡିଆରେ ଜଣେ ଝିଅ ନାଁରେ ନକଲି ପ୍ରୋଫାଇଲ୍ ଖୋଲିଥିଲା। ଏହାପରେ ଡାକ୍ତରଙ୍କୁ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇ ବନ୍ଧୁତା ସ୍ଥାପନ କରିଥିଲା। ଅଭିଯୁକ୍ତ ନିଜକୁ ଏକ ପ୍ରତିଷ୍ଠିତ ପରିବାରର ଝିଅ ବୋଲି ପରିଚୟ ଦେବା ସହିତ ତାଙ୍କର କୋଟି କୋଟି ଟଙ୍କାର ଔଷଧ କାରବାର ହେଉଛି ବୋଲି କହିଥିଲା। ହେଲେ ମାସେ ତଳେ ନକଲି ପ୍ରୋଫାଇଲ୍ କରିଥିବା ଯୁବକ ଜଣ ଡାକ୍ତରଙ୍କ ସହିତ ଏକ ଡ୍ରାମା ସେଟ୍ କରିଥିଲା। ସେ କହିଥିଲା ତାଙ୍କ ଭଉଣୀକୁ ଅପହରଣ କରାଯାଇଛି। ଏଥିପାଇଁ ଅପହରଣକାରୀ ୨ କୋଟି ଟଙ୍କା ଦାବି କରୁଛନ୍ତି। ଏହାପରେ ଉକ୍ତ ଡାକ୍ତର ୟବତମାଲ ଯାଇ ସେଠାରେ ଅଭିଯୁକ୍ତ କହିଥିବା ବ୍ୟକ୍ତିଙ୍କୁ ଟଙ୍କା ଦେଇଦେଇଥିଲେ । ପରେ ଡାକ୍ତରଙ୍କୁ ଫୋନ୍ କରି ସେ ତାର ଭଉଣୀକୁ ଅପହରଣକାରୀ ଛାଡ଼ି ଦେଇଥିବା କହିଥିଲା । ପୁଣି ଏକ ଆକାଉଣ୍ଟ ନମ୍ୱରରେ ଅଭିଯୁକ୍ତ କହିବା ଅନୁସାରେ ସେଥିରେ ୭,୨୦,୦୦୦ ଟଙ୍କା ପଠାଇଥିଲେ ଡାକ୍ତର। ହେଲେ ଏହା ପରେ ଅଭିଯୁକ୍ତ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେବା ସହିତ ମୋବାଇଲ୍ ମଧ୍ୟ ବନ୍ଦ କରିଦେଇଥିଲା ।
Powered by Froala Editor