ଦମ୍ପତିଙ୍କ ମୃତଦେହ ଠାବ
ପୋଲସରା: ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘର ଭିତରୁ ଜଣେ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି । ପୋଲସରା ଥାନା ସୋଡ଼କ ଗ୍ରାମରେ ଏହି ଘଟଣା ଘଟିଛି । ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବାବେଳେ ସ୍ୱାମୀ ଝୁଲନ୍ତା ଅବସ୍ଥାରେ ଥିବା ଜଣାଯାଇଛି । ତେବେ ମୃତୁ୍ୟର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛି । ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସସପେନ୍ସ ଜାରି ରହିଛି ।
Powered by Froala Editor