ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର: ଆଜି ହେଉଛି ଗୁରୁ ଦିବସ । ଗୁରୁଦିବସରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ମୋଟ ୪୪ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଓଡ଼ିଶାର ଯେଉଁ ଦୁଇ ଜଣ ସମ୍ମାନିତ ହୋଇଛନ୍ତି ସେମାନେ ହେଲେ ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ । ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି ।
ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେ ଦେଶ ଆଜାଦିର ଅମୃତ ମହୋସôବ ପାଳନ କରୁଛି । ତେବେ ଏହାର ଅଧିନରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଶକ୍ଷକ ପର୍ବ ମଧ୍ୟ ପାଳନ କରାଯାଉଛି । ଏହି ପର୍ବରେ ଶିକ୍ଷା ଜଗତ ପ୍ରତି ଅତୁଳନୀୟ ଅବଦାନ ଥିବା ଶିକ୍ଷକ ମାନଙ୍କୁ ବଛାଯାଇଥିବା ବେଳେ ଆଜି ସେମାନଙ୍କୁ ରାଷ୍ଟ୍ରପତି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
Powered by Froala Editor