ସାହୁଜୀ ସହ ୩ ପିଏଲ୍ଏଫ୍ଆଇ ଗିରଫ

ପଶ୍ଚିମସିଂହଭୂମ ଜିଲ୍ଲା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ମନୋହରପୁର ବୋରୋତିକା ଭୂଇଆଁ ଟୋଲା ନିର୍ମାଣୀଧୀନ କୋଠାରେ ଚଢ଼ଉ କରି ୩ ପିଏଲ୍ଏଫ୍ଆଇ ସଦସ୍ୟକୁ ଗିରଫ କରିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପୁଲିସ। ଏମାନଙ୍କ ମଧ୍ୟରେ ଅଛନ୍ତି ଏରିଆ କମାଣ୍ଡର ସୁଜିତ କୁମାର ରାମ ଓରଫ ସାହୁ, ରାଜୁ ଭୂଇଆଁ ଓ ମହାବୀର ସିଂହ। ଏମାନଙ୍କ ନିକଟରୁ ୬ଟି ବନ୍ଧୁକ, ୧୭ଟି ଅଫୁଟା ଗୁଳି, ଦେଶି ପିସ୍ତଲ, ନଗଦ ୫୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ପିଏଲ୍ଏଫ୍ଆଇ ଏରିଆ କମାଣ୍ଡର ସୁଜିତ ଓରଫ ସାହୁଜୀ ନାଁରେ ପଶ୍ଚିମସିଂହଭୂମ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି। ସାହୁଜୀ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଓ ନୂଆଗାଁ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଶ୍ ସକ୍ରିୟ ରହିଥିଲା।ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ବେଆଇନ ମାରଣାସ୍ତ୍ର ରଖିବା ଘଟଣାରେ ଗତ ୨୦୧୭ ମାର୍ଚ୍ଚ ୨୨ରେ ମାମଲା ହୋଇଥିଲା। ସାହୁଜୀକୁ ଧରିବାକୁ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ସାହୁଜୀ ମୁଣ୍ଡ ଜାମିନ ପାଇ ଝାଡ଼ଖଣ୍ଡର ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏରିଆ କମାଣ୍ଡର ଆକାଶ ସିଂହ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସାହୁଜୀକୁ ଆନନ୍ଦପୁର କ୍ଷେତ୍ରରେ ଏରିଆ କମାଣ୍ଡର ଦାୟିତ୍ବ ମିଳିଥିଲା। ଆଜି ଆନନ୍ଦପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଜୟ ଲିଣ୍ଡା ଏହି ସୂଚନା ଦେଇଛନ୍ତି । ଖୁବ୍ଶୀଘ୍ର ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ପିଏଲ୍ଏଫ୍ଆଇ ସୁପ୍ରିମୋ ଦିନେଶ ଗୋପକୁ ଗିରଫ କରାଯିବ ବୋଲି କହିଛନ୍ତି ।
Powered by Froala Editor