ଦୁଇଟି ମୁଣ୍ଡ ଥିବା ଶିଶୁ ଜନ୍ମ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଶିଶୁଟିର ଦୁଇଟି ମୁଣ୍ଡ ଥିବାବେଳେ ପ୍ରାୟ ୧ ଘଣ୍ଟା ପରେ ମୃତ୍ୟୁ ଘଟିଛି । ଅଦ୍ଭୁତ ପୁତ୍ର ସନ୍ତାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସୂଚନା ଅନୁଯାୟୀ, ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ରାତି ୧ଟା ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳ ୬ଟା ସମୟରେ ଏହି ଅଦ୍ଭୁତ ଦୁଇଟି ମସ୍ତକ ଥିବା ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ସେଥିମଧ୍ୟରୁ ଗୋଟିଏ ମସ୍ତକ ଜୀବିତ ଥିବା ବେଳେ ପ୍ରାୟ ୧ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Powered by Froala Editor