ଯୁକ୍ତ୨ ଅଫଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ, କିପରି କରିବେ ଜାଣନ୍ତୁ

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ଲାଗି ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖ ଅପରାହ୍ନ ୨ଟାରୁ ୯ ତାରିଖ ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ । ଏଥିପାଇଁ କଲେଜଗୁଡ଼ିକୁ ଲିଙ୍କ ପଠାଯାଇଛି । ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମସ ଇ-ସ୍ପେସ ମାଧ୍ୟମରେ ପଞ୍ଜୀକରଣ କରିବେ । ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ । ସମସ୍ତ ବିଷୟର ପରୀକ୍ଷା ହେବନି । ବରଂ କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ । ସେଥିରେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ । ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ । ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ । ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛି ପରିବର୍ତନ ହେବନି ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।
Powered by Froala Editor