ଆସୁଛି ପାର୍ବଣ : ସତର୍କ ରହିବାକୁ ପରାମର୍ଶ ଦେଲା କେନ୍ଦ୍ର
ଡରାଇଲାଣି ତୃତୀୟ ଲହର। ତେଣୁ ଲୋକମାନେ ଦୀପାବଳି, ଇଦ ଓ ଗଣେଶ ପୂଜାକୁ ନିଜ ଘରେ ଭିଡ଼ ନ କରି ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି।
କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଡା ଭିକେ ପଲ କହିଛନ୍ତି, ଆଗକୁ ଗଣେଶ ପୂଜା, ଦୀପାବଳୀ ଓ ଇଦ୍ ଆସୁଛି। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଲୋକମାନେ କଟକଣା ମଧ୍ୟରେ ସବୁ ପର୍ବପର୍ବାଣୀ ପାଳନ କରିବା ଦରକାର। ପର୍ବପର୍ବାଣୀ ପାଇଁ ସର୍ବସାଧାରଣରେ କୌଣସି କାର୍ଯ୍ୟକ୍ରମ କରାନଯିବା ଦରକାର। ଯଦି ବି କେହି ଘରକୁ ବାହାରି ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି, ତା’ହେଲେ ସେମାନେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଯଥା ସମ୍ଭବ ଭିଡ଼ କମ କରି ପର୍ବପର୍ବାଣୀ ପାଳନ କରିବାକୁ ସେ କହିଛନ୍ତି।
ଆଇସିଏମଆର ମୁଖ୍ୟ ଡା ବଳରାମ ଭାର୍ଗବ କହିଛନ୍ତି, ଦେଶର ସବୁ ପ୍ରାନ୍ତର ପ୍ରଶାସନକୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଲାଗୁ କରିଥିବା କଟକଣାକୁ ବଳବତ୍ତର ରଖିବାକୁ ପରାମର୍ଶ ଦେଉଛୁ। ସମସ୍ତେ ଗାଇଡଲାଇନକୁ ପାଳନ କରନ୍ତୁ ଓ କୋଭିଡ ଉଚିତ ବ୍ୟବହାରକୁ ମାନନ୍ତୁ। କୌଣସି ବି ପରିସ୍ଥିତିରେ ଭିଡ଼ ନ ହେବା ଦରକାର ବୋଲି ସେ କହିଛନ୍ତି।
Powered by Froala Editor