ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଥିବା ତାଙ୍କ ପୁଅ କୁଶନ ମିତ୍ର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଦି ପିୟୋନିୟର ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟସଭା ସଂସାଦ ଭାବରେ ମଧ୍ୟ ସେ କାଯ୍ୟ ତୁଲାଇଥିଲେ । ୨୦୧୮ ରେ ବିଜେପିରୁ ଇସ୍ତଫା ଦେଇ ତୃଣମୁଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। “ଶ୍ରୀ ଚନ୍ଦନ ମିତ୍ର ଜୀ ତାଙ୍କର ବୁଦ୍ଧି ଏବଂ ବୁଦ୍ଧି ପାଇଁ ସ୍ମରଣୀୟ ରହିବେ। ଗଣମାଧ୍ୟମ ତଥା ରାଜନୀତିରେ ସେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
Powered by Froala Editor