ଦିନେ ୧୦ ଟଙ୍କା ପାଇଁ ପଥର ଫଟାଉଥିଲେ, ଆଜି କୋଟିପତି

ଭାଗ୍ୟ । କେତେବେଳେ ପଥର ତଳେ ତ କେତେବେଳେ ପତର ତଳେ । ଯଦି ପତର ଉଡିଯାଏ ଭାଗ୍ୟ ଖୋଲିଯାଏ । ଏଭଳି କିଛି ଘଟିଛି କେରଳର ନିପଟ ମଫସଲ ଗାଁରେ ଜନ୍ମ ହୋଇଥିବା ମୁସ୍ତାଫା ପିସିଙ୍କ ସହିତ ।
ମୁସ୍ତଫାଙ୍କ ଜନ୍ମ କେରଳରେ ହୋଇଥିଲା । ସେ ୬ଷ୍ଠ ଶ୍ରେଣୀରୁ ପାଠପଢା ଛାଡିଦେଇଥିଲେ ଏବଂ ପିତାଙ୍କ ସହିତ କ୍ଷେତରେ କାମ କଲେ । ଦିନ ଥିଲା ତାଙ୍କ ପାଇଁ ଦିନକୁ ୧୦ ଟଙ୍କା କମାଇବା କଷ୍ଟ ହୋଇପଡିଥିଲା । କିନ୍ତୁ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ପୁଣି ସ୍କୁଲରେ ଭର୍ତ୍ତି କରି ପାଠ ପଢାଇ ତାଙ୍କୁ ଚାକିରୀ ଦେବାରେ ସାହାଯ୍ୟ କରିଥିଲେ । କିନ୍ତୁ ମୁସ୍ତଫା ଚାକିରୀ ଛାଡି ନିଜର ବିଜନେସ୍ ଆରମ୍ଭ କରିବାକୁ ଚାହିଁଥିଲେ । ଏହା ଚିନ୍ତା କରି ସେ ରେଡି ଟୁ ଇଟ୍ ଫୁଡ୍ ମ୍ୟାନୁଫ୍ୟାକ୍ଚରର ରୂପେ ID Fresh Food ଆରମ୍ଭ କଲେ । ଏବେ ତାଙ୍କର ଏହି କମ୍ପାନୀ ହଜାର ହଜାର ଯୁବକ-ଯୁବତୀଙ୍କୁ ରୋଜଗାର ଦେଉଛି ଏବଂ ଇଟଲୀ ଏବଂ ଦୋସାର ପିଠୋଉ ତିଆରି କରୁଛି ।
ଆରମ୍ଭରେ ମୁସ୍ତଫା ପିସି ୫୦ ହଜାର ଟଙ୍କା ଖର୍ଚ୍ଚ କରି ୫୦ ବର୍ଗ ଫୁଟର କିଚେନରୁ ଏହା ଆରମ୍ଭ କରିଥିଲେ । ଏହି ଛୋଟ ଜାଗାରେ ସେ ଗ୍ରାଇଣ୍ଡର, ମିକ୍ସର ଏବଂ ଅନ୍ୟାନ୍ୟ ମେସିନ୍ ଲଗାଇଥିଲେ । ସେତେବେଳେ ୧୦୦ ପ୍ୟାକେଟ୍ ପ୍ରତିଦିନ ବିକିବା ପାଇଁ ତାଙ୍କୁ ୯ ମାସ ସମୟ ଲାଗିଥିଲା ।
ସେ କୁହନ୍ତି କି, ମୁଁ ୧୦ ଟଙ୍କାରେ ପ୍ରତିଦିନ ପାହାଡ଼ରୁ ପଥରଫଟା କାମ କରୁଥିଲି। ଦିନକୁ ୩ ଥର ଖାଇବା ଆମ ପକ୍ଷେ କଷ୍ଟକର ଥିଲା। ବର୍ତ୍ତମାନ ସମୟରେ ଖାଦ୍ୟ, ଶିକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହାକୁ ଉପଲବ୍ଧ କରି ଏକ ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିଛି। ଯେଉଁଟା ଏକ ବଡ଼ କମ୍ପାନୀ। ଏହା ଦେଶର ସଫଳ କମ୍ପାନୀ ମଧ୍ୟରୁ ଗୋଟିଏ। ଯାହାର ବ୍ୟବସାୟ ୭୩୦ କୋଟି।
iD Fresh Foodରେ ପୂର୍ବରୁ ୧୫ ହଜାର କିଲୋ ଇଟଲୀ ପ୍ରସ୍ତୁତ ପାଇଁ ୫ ହଜାର କିଲୋ ଚାଉଳ ଲାଗୁଥିଲା । କିନ୍ତୁ ଏବେ କମ୍ପାନୀ ଏହାର ୪ ଗୁଣା ମିକ୍ସର ଶହ ଶହ ଫୁଡ୍ ଷ୍ଟୋର୍ସ ଓ ମେଟ୍ରୋ ସହରରେ ବିକୁଛି । ମୁସ୍ତଫାଙ୍କୁ ଦେଶର ବ୍ରେକଫାଷ୍ଟ କିଙ୍ଗ୍ କୁହାଯାଉଛି । ତାଙ୍କର ୨୦୧୫-୧୬ରେ ବାର୍ଷିକ ଟର୍ଣ୍ଣୋଭର ପ୍ରାୟ ୧୦୦ କୋଟି ଟଙ୍କା ଥିଲା ଯାହା ୨୦୧୭-୧୮ରେ ବୃଦ୍ଧି ପାଇ ୧୮୨ କୋଟି ହୋଇଥିଲା । ଆର୍ଥିକ ବର୍ଷ ୨୦୨୧ରେ କମ୍ପାନୀର ରେଭିନ୍ୟୁ ୨୯୪ କୋଟି ଟଙ୍କାରେ ପହଞ୍ଚି ଯାଇଛି । ଆଜିର ତାରିଖରେ କମ୍ପାନୀର ସମୁଦାୟ ଭାଲ୍ୟୁ ୨ ହଜାର କୋଟି ଛୁଇଁଛି ।
Powered by Froala Editor