ପାର୍ସଲ ବିଳମ୍ବକୁ ନେଇ ପାଟିତୁଣ୍ଡ: ରେଷ୍ଟୁରାଷ୍ଟ ମାଲିକକୁ ମାରିଦେଲା ସ୍ୱିଗି ବୟ

ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ୱିଗୀର ଜଣେ ଡେଲିଭୟର ବୟ ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କରି ହତ୍ୟା କରିଛି । ଖାଦ୍ୟ ପାର୍ସଲ ପ୍ରଦାନରେ ବିଳମ୍ବକୁ ନେଇ ଗ୍ରେଟର ନୋଏଡାରେ ଥିବା ଉକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଅଭିଯୁକ୍ତ ସ୍ୱିଗୀ ବୟର ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ପୁଲିସ୍ ଜାଣିବାକୁ ପାଇଛି।
ସୂଚନା ଅନୁଯାୟୀ ଗତକାଲି ରାତିରେ ସ୍ୱିଗୀ ଡେଲିଭଲୀ ବୟ ଜଣକ ଚିକେନ ବିରିଆନୀ ଓ ପୁରୀ ସବ୍ଜୀ ଅର୍ଡର ପୂରଣ କରିବାକୁ ନିର୍ଦ୍ଧାରିତ ରେଷ୍ଟୁରାଣ୍ଟରେ ପହଂଚିଥିଲା । ଠିକଣା ସମୟରେ ବିରିଆନୀ ମିଳିଥିଲେ ବି ଅନ୍ୟ ଅର୍ଡରଟି ବିଳମ୍ବ ହେବ ବୋଲି ରେଷ୍ଟୁରାଣ୍ଟ କର୍ମଚାରୀ ଜଣକ ଡେଲିଭରୀ ବୟକୁ ଜଣାଇଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ମାମଲା ସମାଧାନ କରିବାକୁ ରେଷ୍ଟୁରାଣ୍ଟ ମାଲିକ ସୁନୀଲ ଅଗ୍ରୱାଲ୍ ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥିତା କରିବାକୁ ଚେଷ୍ଟା କରିଥିଲେ । ତେବେ ସେହି ସମୟରେ ଡେଲିଭରୀ ବୟ ଜଣକ ରେଷ୍ଟୁରାଣ୍ଟ ମାଲିକଙ୍କ ମୁଣ୍ଡରେ ଗୁଳିମାଡ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ଗୁଳିମାଡ କରି ଡେଲିଭରୀ ବୟ ଫେରାର ଅଛି ।
ସ୍ଥାନୀୟ ଲୋକଙ୍କ କହିବା କଥା ଡେଲିଭରୀ ବୟ ଜଣଙ୍କ ସହ ଆଉ ଜଣେ ଯୁବକ ରହିଥିଲେ। ଉଭୟ ମଦ୍ୟ ପାନ ମଧ୍ୟ କରିଥିଲେ। ସିସିଟିଭି ଫୁଟେଜ୍କୁ ଆଧାର କରି ତିନୋଟି ଟିମ୍ ତନାଘନା ଚଳାଇଥିବା ଜଣାପଡିଛି ।
Powered by Froala Editor