ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି । ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ଘରୋଇ ରୋଷଇ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି ।
ମାତ୍ର ୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଛି । ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଦାମ ୨୫ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ୭୫ ଟଙ୍କା ବଢ଼ିଛି । ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ସିଲିଣ୍ଡର ଦର ୮୫୯ ଟଙ୍କା ୫୦ ପଇସା ଥିଲା ।
ଦର ବୃଦ୍ଧି ପରେ କୋଲକାତାରେ ୧୪.୨ କେଜି ସିଲିଣ୍ଡର ଦାମ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ୧ରୁ ନେଇ ଆଜି ଯାଏଁ ୮ ମାସ ମଧ୍ୟରେ ଗ୍ୟାସ୍ ଦର ୧୯୦ ଟଙ୍କା ବୃଦ୍ଧି ପାଇଛି । ଜାନୁଆରୀରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦର ୬୯୪ ଟଙ୍କା ଥିଲା ଏବେ ଏହା ବୃଦ୍ଧି ପାଇ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି ।
Powered by Froala Editor